Panchayat and Municipal Elections: ଏପ୍ରିଲରେ ପଞ୍ଚାୟତ, ମେ’ରେ ପୌର ନିର୍ବାଚନ! ଭୋଟ୍ ପାଇଁ ପ୍ରସ୍ତୁତି ଜୋରଦାର
ଆସନ୍ତା ବର୍ଷ ଏପ୍ରିଲରେ ପଂଚାୟତ ନିର୍ବାଚନ ଏବଂ ମେ ସୁଦ୍ଧା ପୌର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ।
ଏଥିପାଇଁ ସମସ୍ତ ପ୍ରକ୍ରିୟା ଜୋରସୋରରେ ଚାଲିଛି।
ଆସନ୍ତା ଜାନୁଆରୀ ପହିଲାରେ ଚିଠା ଭୋଟର୍ ତାଲିକା ଏବଂ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର୍ ଲିଷ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ।
Advertisment ଓଟିଭିକୁ ଏକ ଏକ୍ସକ୍ଳୁସିଭ୍ ସାକ୍ଷାତକାରରେ SEC କହିଛନ୍ତି, ନିର୍ବାଚନ ପୂର୍ବରୁ ଏକ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଡୋର୍ ଟୁ ଡୋର୍ ସର୍ଭେ ଜାରି ରହିଛି।
ଯାହାକି ୭ ନଭେମ୍ବର ଯାଏଁ ଚାଲିବ।
ଏଭଳି ସର୍ଭେ ପ୍ରଥମ ଥର ପାଇଁ ରାଜ୍ୟରେ କରାଯାଉଛି।
ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟର୍ ଯେଭଳି ଗୋଟିଏ ବୁଥ୍ ରେ ହିଁ ଭୋଟ୍ ଦେଇପାରିବେ, ତା ଉପରେ ଗୁରୁତ୍ବ ଦିଆଯାଉଛି।
ଗ୍ରାମାଞ୍ଚଳରେ ସୁରୁଖୁରୁରେ ଏହି ସର୍ଭେ ଚାଲିଥିବା ବେଳେ ସହରାଞ୍ଚଳ ବିଶେଷ କରି ଆପାର୍ଟମେଣ୍ଟଗୁଡ଼ିକରେ ତଥ୍ୟ ମିଳିବାରେ ସମସ୍ୟା ଦେଖାଦେଉଛି।
କିଛି ସ୍ଥାନରେ ଭୋଟରମାନେ ସହଯୋଗ କରୁନଥିବା SEC କହିଛନ୍ତି।
ବାତ୍ୟା ଓ ବନ୍ୟା ଯୋଗୁଁ ସମସ୍ୟା ଉପୁଜିଥିବାରୁ ଗଞ୍ଜାମ ଜିଲ୍ଲାରେ ସର୍ଭେକୁ ୨ ସପ୍ତାହ ଏବଂ ଗଜପତି ଓ କନ୍ଧମାଳ ଜିଲ୍ଲାରେ ସପ୍ତାହେ ବଢ଼ାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।