Scooter Loses Balance on Bridge: ପୋଲ ଉପରୁ ନଦୀକୁ ଖସିଲା ସ୍କୁଟି, ଜଣେ ଉଦ୍ଧାର ଅନ୍ୟ ଜଣେ ନିଖୋଜ
ପୋଲ ଉପରୁ ନଦୀକୁ ଖସିଗଲେ ସ୍କୁଟି ଚାଳକ, ଜଣେ ଉଦ୍ଧାର ଜଣେ ନିଖୋଜ।
କନ୍ଧମାଳ ଫୁଲବାଣୀର ସାଲୁଙ୍କି ନଦୀ ଉପରେ ଥିବା ନଡିଖଣ୍ଡି-ଡାକପାଲା ପୋଲ ଉପରୁ ଦୁଇଜଣ ସ୍କୁଟି ଆରୋହୀ ଖସିପଡି ନଦୀରେ ଭାସି ଯାଇଛନ୍ତି।
ଦୁଇ ଜଣଙ୍କ ମଧ୍ୟରୁ ଜଣେ ପହଁରି ପହଁରି ନଦୀ କୂଳକୁ ଯାଇ ବଞ୍ଚିଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।
Advertisment ସୂଚନା ଅନୁସାରେ ଉଭୟ କୌଣସି କାମରେ ଡାକପାଲା ଗାଁକୁ ଯାଇଥିଲେ।
ସ୍କୁଟିରେ ପୋଲ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସିପଡିଥିଲେ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
ପୋଲରୁ ଖସିଲା ସ୍କୁଟି; ଜଣେ ନିଖୋଜ ସାଲୁଙ୍କି ନଦୀ ପୋଲରୁ ଖସିଲା ସ୍କୁଟି ନଡିଖଣ୍ଡିସାହି-ଡାକପୋଲା ପୋଲରୁ ଖସିଲେ ଜଣେ ବ୍ୟକ୍ତି ପହଁରି ପହଁରି କୂଳକୁ ଆସିଥିବା ବେଳେ ଅନ୍ୟ ଜଣେ ନିଖୋଜ ଘଟଣାସ୍ଥଳରେ ଫୁଲବାଣୀ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।