Paradip Port Alert: ବାତ୍ୟା ଅର୍ଣ୍ଣବ ପାଇଁ ପାରାଦୀପ ବନ୍ଦରରେ ୨ ନମ୍ବର ସତର୍କ ସୂଚନା, ଜାରି ହେଲା ନୂଆ ନିର୍ଦ୍ଦେଶ
ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ୨ ନମ୍ବର ସତର୍କ ସୂଚନା ଜାରି ରହିଛି।
ସମସ୍ତ ପଣ୍ୟବାହୀ ଜାହାଜ, କୋଷ୍ଟଗାର୍ଡ ଜାହାଜ, ବୋଟ, ଡ୍ରେଜରକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।
Advertisment ନିର୍ଦ୍ଦେଶ ମିଳିବା କ୍ଷଣି ବନ୍ଦରାଞ୍ଚଳ ଏବଂ ଆଙ୍କରେଜ୍ ଅଞ୍ଚଳ ଛାଡି ସମୁଦ୍ର ମଧ୍ୟରେ ନିରାପଦ ସ୍ଥାନକୁ ଚାଲିଯିବାକୁ ପାରାଦୀପ ବନ୍ଦର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସେହିପରି ବନ୍ଦରାଞ୍ଚଳ ମଧ୍ୟରେ ପଣ୍ୟ କାରବାରରେ ନିୟୋଜିତ ଭାରିଯାନ, କ୍ରେନ୍, ଲୋଡର୍, ହାଇମାଷ୍ଟ ଲାଇଟ୍ ସବୁକୁ ଆବଶ୍ୟକ ପଡିଲେ ସୁରକ୍ଷିତ ସ୍ଥାନରେ ରଖି ତଳକୁ ଖସାଇ ରଖିବାକୁ କୁହାଯାଇଛି।
ସମୁଦ୍ର ବେଳାଭୂମି ଅଞ୍ଚଳରେ ସର୍ବସାଧାରଣ ପ୍ରବେଶ ଉପରେ ନିଷେଧାଦେଶ ଜାରି ରହିଛି।
ସେପଟେ ଆଜି ସକାଳୁ ପାରାଦୀପରେ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।