Powerful women: ଏସିଆର ୧୦ ପ୍ରଭାବଶାଳୀ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ରୋଶନୀ ନାଦର

Oct 11, 2026 - 22:28
Powerful women: ଏସିଆର ୧୦ ପ୍ରଭାବଶାଳୀ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ରୋଶନୀ ନାଦର

"ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଇଟି କମ୍ପାନି ଏଚ୍‌ସିଏଲ୍‌ ଟେକ୍‌ର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏସିଆର ୧୦ ଜଣ ପ୍ରଭାବଶାଳୀ ମହିଳା ଉଦ୍ୟୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଫର୍ଚ୍ୟୁନ୍‌ର ୨୦୨୬ ମସିହାର "ମୋଷ୍ଟ ପାୱାରଫୁଲ୍ ୱିମେନ୍ ଏସିଆ" ତାଲିକାରେ ସେ ଅଷ୍ଟମ ସ୍ଥାନରେ ରହିଛନ୍ତି।

Advertisment ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୪ଟି ଦେଶର ୧୦୦ ଜଣ ପ୍ରଭାବଶାଳୀ ମହିଳା ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ରୋଶନୀ ୨୦୨୦ ଜୁଲାଇରେ ତାଙ୍କ ପିତା ତଥା ଏଚ୍‌ସିଏଲ୍‌ର ପ୍ରତିଷ୍ଠାତା ଶିବ ନାଦରଙ୍କଠାରୁ କମ୍ପାନିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହା ସହିତ ସେ ଭାରତର ଏକ ତାଲିକାଭୁକ୍ତ ବଡ଼ ଆଇଟି କମ୍ପାନିର ଅଧ୍ୟକ୍ଷ ହେବାରେ ପ୍ରଥମ ମହିଳା ହୋଇଥିଲେ।

ଦେଶର ପ୍ରଭାବଶାଳୀ ମହିଳାଙ୍କ ତାଲିକା: ସ୍ଥାନ ପାଇଲେ ମୟୂରଭଞ୍ଜର ଝିଅ, ବୋହୂ ଫର୍ଚ୍ୟୁନ୍‌ର ଏହି ତାଲିକାରେ ଡିବିଏସ୍ ଗ୍ରୁପ୍‌ର ମୁଖ୍ୟ ତାନ୍ ସୁ ସାନ୍ ପ୍ରଥମ ସ୍ଥାନରେ ଥିବାବେଳେ ଚୀନ୍‌ର ଲକ୍ସସେୟାର୍‌ର ସହ-ପ୍ରତିଷ୍ଠାତା ଗ୍ରେସ୍ ୱାଙ୍ଗ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

୨୦୨୫ରେ ରୋଶନୀ ଏହି ତାଲିକାରେ ସପ୍ତମ ସ୍ଥାନରେ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।