Rain: ଚାଷଜମି ଚାହୁଁଛି ଜଳ; ପୁଣି ନିରାଶ କଲା ବର୍ଷା

Oct 16, 2026 - 16:50
Rain: ଚାଷଜମି ଚାହୁଁଛି ଜଳ; ପୁଣି ନିରାଶ କଲା ବର୍ଷା

"ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଜି ଅପରାହ୍‌ଣରେ ଭୁବନେଶ୍ବର ସମେତ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଥିବା ଭୁବନେଶ୍ବରର ପୂଜା ମଣ୍ଡପଗୁଡ଼ିକ ବର୍ଷାରେ ଭିଜିଛି।

ବର୍ଷା କାରଣରୁ ବ୍ୟବସାୟୀମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।

ତେବେ ବର୍ଷାକୁ ଅପେକ୍ଷା କରିଥିବା ଚାଷୀମାନେ ପୁଣି ହତାଶ ଅନୁଭବ କରିଛନ୍ତି।

ପ୍ରଚଣ୍ଡ ଖରା ଯୋଗୁଁ ଚାଷଜମି ମାଟି ଫାଟିଥିବା ଆଁ କରିଥିବା ବେଳେ ଚାଷୀମାନେ ବର୍ଷାର ଅପେକ୍ଷାରେ ଅଛନ୍ତି।

Advertisment ପାଣିପାଗ ବିଭାଗ ଅନୁସାରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇ ସାରିଛି।

ଅନ୍ୟପଟରେ ମୌସୁମୀ ବିଦାୟ ନେଲା ପରେ ମଧ୍ୟ ଚାଷୀମାନେ ଅଦିନିଆ ବର୍ଷା ଆଶା କରୁଛନ୍ତି।

ପାଣି ପାଇବାକୁ ବ୍ୟାକୁଳ ହୋଇଯାଇଛନ୍ତି।

ପଶ୍ଚିମ ଓଡ଼ିଶାରେ ସେପ୍ଟେମ୍ବର ତୃତୀୟ ସପ୍ତାହ ପରଠାରୁ ଆଉ ବର୍ଷା ହୋଇ ନାହିଁ।

ପ୍ରାୟ ଏକ ମାସ ହେଲା ପଶ୍ଚିମ ଓଡ଼ିଶାରେ ବର୍ଷାର ଦେଖା ନାହିଁ।

ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଚାଷୀମାନେ ବର୍ଷାର ‌ଅପେକ୍ଷାରେ ଅଛନ୍ତି।

El Nino: ସକ୍ରିୟ ହେଲା ଏଲ୍‌ନିନୋ: ବର୍ଷା କମିବ, ଶୀତ ଗାଏବ ହୋଇଯିବ ପାଣିପାଗରେ "ଏଲ୍‌ନିନୋ" ପ୍ରଭାବପାଣିପାଗ ବିଶେଷଜ୍ଞମାନେ ଚଳିତ ବର୍ଷର ଖରିଫ ଋତୁ ଆରମ୍ଭରୁ ଯେଉଁ ଅନୁମାନ କରୁଥିଲେ, ତାହା ହେବାର ଯଥେଷ୍ଟ ଆଶା କରାଯାଉଛି।

ଏଲ୍‌ନିନୋର ପ୍ରଭାବ ଦେଖିବାକୁ ମିଳିଛି।

ଜୁନ୍‌ରୁ ସେପ୍ଟେମ୍ବର ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇଥିଲା।

ସେହି ସମୟରେ ଚାଷୀକୁଳ ପାଇଁ ବର୍ଷା ଯେତିକି ଦରକାର ନଥିଲା, ତା"ଠାରୁ ମାତ୍ରାଧିକ ଅଧିକ ହୋଇଥିଲା।

ଏବେ ଦରକାର ସମୟରେ ଚାଷଜମିରେ ପାଣି ନାହିଁ।

ଯେଉଁ ଚାଷଜମି ପାଖରେ ଜଳାଶୟ ଅଛି, ଚାଷୀମାନେ ସେଠାରୁ ମେସିନ ଅଥବା ଅନ୍ୟ ମାଧ୍ୟମରେ ଜଳସେଚନ କରିବାକୁ ଉଦ୍ୟମ କରୁଛନ୍ତି।

ତେବେ ମେସିନ ସାହାଯ୍ୟରେ ଚାଷଜମିକୁ ପାଣି ନେବା ଦ୍ବାରା ଭାରି ଖର୍ଚ୍ଚାନ୍ତ ହେଉଛନ୍ତି।

ଯେଉଁଠ‌ାରେ ସମ୍ଭବ, ସେଠାରେ ଧାନ ଚାଷଜମିକୁ ମେସିନ ଦ୍ବାରା ଜଳସେଚନ କରାଯାଉଛି।

କିନ୍ତୁ ଖରିଫ ଋତୁର ଅନ୍ୟତମ ଲାଭଦାୟକ "କପା" ଚାଷ ପାଣି ଅଭାବ କାରଣରୁ ପ୍ରଭାବିତ ହେଉଛି।

ରାଜ୍ୟରେ ଜଳସେଚନ ବ୍ୟବସ୍ଥା ନିମ୍ନମାନର ଥିବାରୁ ଚାଷିକୁଳ ବର୍ଷାଜଳକୁ ଅଧିକାଂଶ ସମୟରେ ଅପେକ୍ଷା କରୁଛି।

El Nino: ଏଲ୍‌ନିନୋ ପ୍ରଭାବ: ରାୟଗଡ଼ାକୁ ମରୁଡ଼ି ଭୟ, ଜୁନ୍‌ରେ ୫୦%, ଜୁଲାଇରେ ୨୦% କମ୍‌ ବର୍ଷା, ଅଗଷ୍ଟ ଅଧା ଶୁଖିଲା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।