RBI Raises Repo Rate: ମୁଦ୍ରାସ୍ଫୀତି ଉପରେ ନଜର, ରେପୋ ରେଟ୍ ବୃଦ୍ଧିକୁ ନେଇ RBIର ବଡ଼ ପଦକ୍ଷେପ

Oct 07, 2026 - 21:09
RBI Raises Repo Rate: ମୁଦ୍ରାସ୍ଫୀତି ଉପରେ ନଜର, ରେପୋ ରେଟ୍ ବୃଦ୍ଧିକୁ ନେଇ RBIର ବଡ଼ ପଦକ୍ଷେପ

ବଢ଼ିଲା ରେପୋ ରେଟ୍। ଆଜି ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛି RBI। ଫଳରେ ରେପୋ ରେଟ୍ ଏବେ ୫.୨୫ ପ୍ରତିଶତରୁ ୫.୫୦ ପ୍ରତିଶତରେ ପହଞ୍ଚିଛି। ବଢ଼ୁଥିବା ମୁଦ୍ରାସ୍ଫୀତି, ଅଶୋଧିତ ତୈଳ ଦରରେ ବୃଦ୍ଧି ଏବଂ ଦୁର୍ବଳ ଟଙ୍କାକୁ ନଜରରେ ରଖି RBI ଏହି ପଦକ୍ଷେପ ନେଇଛି। ୨୦୨୩ ଫେବ୍ରୁଆରୀ ପରେ ଏହା ରେପୋ ରେଟ୍ ରେ ପ୍ରଥମ ବୃଦ୍ଧି। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ହୋଇଥିବା MPC ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। 

ଏହି ବୃଦ୍ଧିର ପ୍ରଭାବ ସିଧାସଳଖ ନୂଆ ଲୋନ୍ ନେବାକୁ ଥିବା ଗ୍ରାହକଙ୍କ ଉପରେ ପଡ଼ିପାରେ। ହୋମ୍ ଲୋନ୍ ଓ ପର୍ସନାଲ୍ ଲୋନ୍ ଉପରେ ବଢ଼ିପାରେ ସୁଧହାର ଓ EMI। ତେବେ ରେପୋ ରେଟ୍ ବଢ଼ାଇଥିଲେ ମଧ୍ୟ ଭାରତୀୟ ଅର୍ଥନୀତି ଉପରେ RBIର ଭରସା ରହିଛି। ଚଳିତ ଆର୍ଥିକ ବର୍ଷ ପାଇଁ ବାସ୍ତବ GDP ଅଭିବୃଦ୍ଧି ଆକଳନକୁ ୬.୭ ପ୍ରତିଶତରୁ ୭.୧ ପ୍ରତିଶତକୁ ବଢ଼ାଇଛି କେନ୍ଦ୍ରୀୟ ବ୍ୟାଙ୍କ। RBIର ଏହି ନିଷ୍ପତ୍ତିରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଏବେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରମୁଖ ପ୍ରାଥମିକତା। ରେପୋ ରେଟ୍ ବୃଦ୍ଧି ଯୋଗୁଁ ବ୍ୟାଙ୍କ ଋଣର ସୁଧହାର ଉପରେ ମଧ୍ୟ ଚାପ ପଡ଼ିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।