Rohit Sharma Breaks Silence: ବିଶ୍ୱକପ୍ ୨୦୨୭ ଖେଳିବେ କି ରୋହିତ ? ମୁହଁ ଖୋଲିଲେ ହିଟମ୍ୟାନ୍

Sep 10, 2026 - 17:20
Rohit Sharma Breaks Silence: ବିଶ୍ୱକପ୍ ୨୦୨୭ ଖେଳିବେ କି ରୋହିତ ? ମୁହଁ ଖୋଲିଲେ ହିଟମ୍ୟାନ୍

ହିଟମ୍ୟାନ୍ ରୋହିତ ଶର୍ମାଙ୍କ ବିଶ୍ୱକପ୍ ୨୦୨୭ ଖେଳିବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଆସିଛି ନୂଆ ମୋଡ଼। ଦୀର୍ଘଦିନର ନିରବତା ଭାଙ୍ଗି ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଛନ୍ତି ରୋହିତ।

ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ବିଶ୍ୱକପ୍ ୨୦୨୭ ଖେଳିବେ କି ନାହିଁ ବୋଲି ପ୍ରଶ୍ନ ହେବାରୁ ରୋହିତ କହିଛନ୍ତି, “ଅକ୍ଟୋବର ୨୦୨୭ ଏବେ ବହୁତ ଦୂର, ସେତେବେଳେ ଦେଖିବା।” ରୋହିତଙ୍କ ଏହି ଛୋଟିଆ ଉତ୍ତର ପୁଣିଥରେ ତାଙ୍କ ବିଶ୍ୱକପ୍ ଭବିଷ୍ୟତକୁ ନେଇ ଉତ୍ସୁକତା ବଢ଼ାଇଛି।

୨୦୨୭ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବ। ରୋହିତ ଏବେ ଟି-୨୦ ଓ ଟେଷ୍ଟ ଫର୍ମାଟ୍‌ରୁ ଦୂରେ ଥିବାରୁ ତାଙ୍କ ଦିନିକିଆ କ୍ୟାରିୟରକୁ ନେଇ ମଧ୍ୟ ଲାଗିରହିଛି ଚର୍ଚ୍ଚା।

ଏପଟେ ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତଙ୍କୁ ନେଇ ଅଧିକ କଳ୍ପନାଜଳ୍ପନା ନକରିବାକୁ ସଙ୍କେତ ଦେଇଛନ୍ତି। ତାଙ୍କ କହିବା କଥା, ରୋହିତ ଏବେ ମଧ୍ୟ ଚମତ୍କାର ଫର୍ମରେ ଅଛନ୍ତି ଏବଂ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ ୧୩୮ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।