School Turns Into Crime Scene: ସ୍କୁଲ ଭିତରେ କରତରେ ଛାତ୍ରୀଙ୍କୁ ଆକ୍ରମଣ! ଦଶମ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟିବାକୁ ଉଦ୍ୟମ

Oct 31, 2026 - 15:50
School Turns Into Crime Scene: ସ୍କୁଲ ଭିତରେ କରତରେ ଛାତ୍ରୀଙ୍କୁ ଆକ୍ରମଣ! ଦଶମ ଶ୍ରେଣୀ ଛାତ୍ରୀଙ୍କ ଗଳା କାଟିବାକୁ ଉଦ୍ୟମ

ସ୍କୁଲ ଭିତରେ ଘଟିଛି ଛାତିଥରା ଘଟଣା।

ପାଠପଢ଼ା ଚାଲିଥିବା ବେଳେ ଶ୍ରେଣୀଗୃହରେ ପଶି ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ କରିଛି ଜଣେ ଦୁର୍ବୃତ୍ତ।

ଏହି ଆକ୍ରମଣରେ ଛାତ୍ରୀଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ମଧ୍ୟ ଆହତ ହୋଇଛନ୍ତି।

ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Advertisment ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ରାପ୍ତାଡୁସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲରେ ଏହି ଘଟଣା ଘଟିଛି।

ସ୍କୁଲ ଚାଲିଥିବା ସମୟରେ ଜଣେ ଯୁବକ ସ୍କୁଲ ପରିସରକୁ ପ୍ରବେଶ କରିଥିଲା।

ଏହାପରେ ଶ୍ରେଣୀଗୃହ ଭିତରେ ପଶି କରତରେ ଜଣେ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲା।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଛାତ୍ରୀଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ତାଙ୍କ ଗଳାରେ ମଧ୍ୟ ଆଘାତ ଲାଗିଛି।

ଏହି ଘଟଣା ପରେ ସ୍କୁଲରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ତୁରନ୍ତ ଆହତ ଛାତ୍ରୀଙ୍କୁ ଅନନ୍ତପୁର ହସ୍ପିଟାଲ ନିଆଯାଇଥିଲା।

ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment ଛାତ୍ରୀଙ୍କ ମାଆଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍.

ଚନ୍ଦ୍ରବାବୁ ନାଇଡୁ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସେ ନିଜେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ସହ ଡାକ୍ତରୀ ଟିମ୍‌କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏପରିକି ଛାତ୍ରୀଙ୍କ ମାଆଙ୍କ ସହ ଫୋନ୍‌ରେ କଥା ହୋଇ ସମସ୍ତ ପ୍ରକାର ସରକାରୀ ସହାୟତାର ଆଶ୍ୱାସନା ଦେଇଛନ୍ତି।

ଅଭିଯୁକ୍ତ ଗିରଫ, କଠୋର ଦଣ୍ଡ ଦାବି ଅନ୍ୟପଟେ ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆକ୍ରମଣକାରୀକୁ ଚିହ୍ନଟ କରି କିଛି ଘଣ୍ଟା ମଧ୍ୟରେ ଗିରଫ କରିଛି ପୋଲିସ।

ମନ୍ତ୍ରୀ ନାରା ଲୋକେଶ ମଧ୍ୟ ଏହି ଘଟଣାକୁ ଅମାନବୀୟ ବୋଲି କହିବା ସହ ମହିଳା ଓ ଝିଅମାନଙ୍କ ସୁରକ୍ଷା ସର୍ବୋପରି ବୋଲି କହିଛନ୍ତି।

ସ୍କୁଲ ଭଳି ସୁରକ୍ଷିତ ସ୍ଥାନରେ ଏଭଳି ଘଟଣା କିପରି ଘଟିଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ପୋଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।