sexual assault ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ଫେରାର ଅଭିଯୁକ୍ତ ଗିରଫ

Sep 01, 2026 - 18:59
sexual assault  ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ, ଫେରାର ଅଭିଯୁକ୍ତ ଗିରଫ

"ମୈଦଲପୁର:  ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ଛଟାଗୁଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ କ୍ରମାଗତ ଦୁଷ୍କର୍ମ କରିଥିଲେ।

ଏଥିରେ ଯୁବତୀ ଗର୍ଭବତୀ ହେବା ଜାଣିବା ପରେ ଅଭିଯୁକ୍ତ ଫେରାର୍‌ ଥିଲେ।

ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment ବଢ଼ୁଛି ମିଥ୍ୟା ବିବାହ ପ୍ରତିଶ୍ରୁତି ମାମଲା: ୨ବର୍ଷରେ ବନ୍ଧା ହୋଇଛନ୍ତି ୧୪୮ ପ୍ରତାରକ ଅଭିଯୋଗ ପ୍ରକାରେ,  ଡାବୁଗାଁ ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ଚନ୍ଦନ ମାଝୀ(୨୨)  ମୈଦଲପୁର ଥାନା ଛଟାଗୁଡା ଗ୍ରାମରେ ତାଙ୍କ ମାମୁଁ ଘରେ ରହୁଥିଲେ ।

ବର୍ଷେ ଧରି ପୀଡ଼ିତାଙ୍କ ସହ ସମ୍ପର୍କ ରଖିଥିଲେ।

ଏଥି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇ ଗତ ମାସ ୧୨ ତାରିଖରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ।

ଗତ ଦୁଇ ମାସ ହେବ ଚନ୍ଦନଙ୍କ ସହ ଯୋଗାଯୋଗ ହୋଇ ପାରୁ ନ ଥିଲା।

ତେଲେଙ୍ଗାନା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅପରାଧ ନୁହେଁ!

ନ୍ୟାୟ ପାଇବା ପାଇଁ ମୈଦଲପୁର ଥାନାରେ ଗତ ମାସ ୧୩ ତାରିଖରେ  ଏକ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ  ମୈଦଲପୁର ପୋଲିସ କେସ ନଂ ୧୧୮/୨୬ ରେ ଏକ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଥିଲେ ।

ଫେରାର ଅଭିଯୁକ୍ତ ଚନ୍ଦନକୁ ଆଜି (ମଙ୍ଗଳବାର) କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।