SIR: ବାଦପଡ଼ିଥାନ୍ତେ ୧,୨୩୩ ଭୋଟର, ନୂଆ ନିଷ୍ପତି ଫଳରେ ଯୋଡ଼ିହେବେ

Oct 14, 2026 - 15:57
SIR: ବାଦପଡ଼ିଥାନ୍ତେ ୧,୨୩୩ ଭୋଟର, ନୂଆ ନିଷ୍ପତି ଫଳରେ ଯୋଡ଼ିହେବେ

"ନବରଙ୍ଗପୁର (ସୁରେଶ ନାଇଡୁ): ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ନବରଙ୍ଗପୁର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁମିତାଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ନୂତନ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଫର୍ମ-୬ରେ ମୋଟ ୧,୨୩୩ଟି ଆବେଦନ ଗ୍ରହଣ କରାଯାଇଛି।

Advertisment ଗତ ୭ ଅକ୍ଟୋବର ୨୦୨୬ରୁ ଜିଲ୍ଲାର ସମସ୍ତ ୧,୧୦୫ଟି ବୁଥ୍‌ରେ କୌଣସି କାରଣରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଯୋଡିବା ସହ ନୂତନ ଭୋଟରଙ୍କ ପଞ୍ଜୀକରଣ ଏବଂ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା।

Election Commission: ଫର୍ମ-୬ରୁ ହଟିଲା ଏସଆଇଆର୍ ଅତିରିକ୍ତ ଘୋଷଣାନାମା, ବିବାଦ ପରେ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି ନବରଂଗପୁର ବ୍ଲକରେ ସର୍ବାଧିକସୂଚନା ଅନୁଯାୟୀ, ଉମରକୋଟ ନିର୍ବାଚନମଣ୍ଡଳୀରୁ ୨୪୩ଟି ଫର୍ମ-୬ ଆବେଦନ ପତ୍ର ପ୍ରାପ୍ତ ହୋଇଥିଲା।

ଝରିଗାଁରୁ ୨୬୧ଟି, ନବରଙ୍ଗପୁରରୁ ୬୫୬ଟି ଏବଂ ଡାବୁଗାଁରୁ ୭୩ଟି ଆବେଦନ ମିଳିଛି।

ଏହି ଆବେଦନଗୁଡ଼ିକର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଞ୍ଚ ଓ ପ୍ରକ୍ରିୟାକରଣ କରାଯିବ।

ସେହିପରି, ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଫର୍ମ-୮ରେ ମୋଟ ୧୯୧ଟି ଆବେଦନ ଗ୍ରହଣ କରାଯାଇଛି।

ଏଥିମଧ୍ୟରୁ ଉମରକୋଟରୁ ୪୭ଟି, ଝରିଗାଁରୁ ୫୪ଟି, ନବରଙ୍ଗପୁରରୁ ୬୯ଟି ଏବଂ ଡାବୁଗାଁରୁ ୨୧ଟି ଆବେଦନ ପତ୍ର ସଂଗ୍ରହ କରାଯାଇଛି ।

୧,୧୦୫ ଜଣ ବୁଥ୍ ସ୍ତରୀୟ ଅଧିକାରୀଯୋଗ୍ୟ ଭୋଟରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଏବଂ ଭୋଟର ତାଲିକାରେ ସଠିକତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାରେ ୧,୧୦୫ ଜଣ ବୁଥ୍ ସ୍ତରୀୟ ଅଧିକାରୀ , ୨୦ ଜଣ ଏଇଆରଓ ଏବଂ ୪ ଜଣ ଇଆରଓଙ୍କ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି।

ଭୋଟର ପଞ୍ଜୀକରଣ କିମ୍ବା ଭୋଟର ତାଲିକା ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ କିମ୍ବା କୌଣସି ଅସୁବିଧା ହେଉଥିଲେ, ନାଗରିକମାନେ ସମ୍ପୃକ୍ତ ବିଏଲଓ, ଏଇଆରଓ କିମ୍ବା ଇଆରଓଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।