Social media policy: ଖୁବ୍ଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି। ଏହାକୁ ଆଗକୁ ନେବା ପାଇଁ ସାମାଜିକ ଗଣମାଧ୍ୟମରେ ଅଧିକ ଫୋକସ୍ କରିବାକୁ ହେବ। ଆଜିର ଯୁବବର୍ଗ ପାରମ୍ପରିକ ଗଣମାଧ୍ୟମଠାରୁ ବହୁ ଆଗରେ ରହି ସାମାଜିକ ଗଣମାଧ୍ୟମ ଓ ଏଆଇ ପ୍ଲାଟଫର୍ମର ବ୍ୟାପକ ବ୍ୟବହାର କରୁଛନ୍ତି। ତେଣୁ ସରକାରୀ ସଞ୍ଚାର ବା ଯୋଗାଯୋଗ ପାଇଁ ସାମ୍ପ୍ରତିକ ସମୟର ଏହି ଅତ୍ୟାଧୁନିକ ଟ୍ରେଣ୍ଡ୍ଗୁଡ଼ିକୁ ଆପଣାଇବାକୁ ପଡ଼ିବ। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରୀ ସୂଚନା ଓ ସଞ୍ଚାର ପାଇଁ ଏକ ପ୍ରଭାବଶାଳୀ ସାମାଜିକ ଗଣମାଧ୍ୟମ ନୀତି ପ୍ରଣୟନ କରାଯିବ। ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥା ଗଠନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ସୂଚନା ସେବା ଅଧିକାରୀଙ୍କ ପାଇଁ ଆୟୋଜିତ ‘ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା’ ସମ୍ପର୍କରେ ଦିଗ୍ଦର୍ଶନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ମୋର ସୋସିଆଲ ମିଡିଆ କେତେ ଅଗ୍ରସର; ତାହାକୁ ପ୍ରଧାନମନ୍ତ୍ରୀ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ରିପୋର୍ଟରେ ମୁଁ କେତେ ତଳେ ରହିଛି ତାହା ଦେଖି ମୁଁ ତାଜୁବ୍। ଏଥିରେ ଉନ୍ନତି ଆଣିବା ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଓ ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛି।
World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଗୁଜବର ମୁକାବିଲା ପାଇଁ କାର୍ଯ୍ୟକାରୀ ହେବ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା
ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିସ୍ତୃତ ପ୍ରସ୍ତାବ ଦିଅ
ଡିଜିଟାଲ୍ ମାଧ୍ୟମରେ ମିଥ୍ୟା ତଥା ଗୁଜବର ମୁକାବିଲା ପାଇଁ ଏକ କଡ଼ାକଡ଼ି ତଥ୍ୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ବର୍ତ୍ତମାନର ସମୟ କେବଳ ପାରମ୍ପରିକ ପ୍ରିଣ୍ଟ ବା ଇଲେକ୍ଟ୍ରୋନିକ୍ସ ମିଡିଆର ସମୟ ନୁହେଁ ବରଂ ସୋସିଆଲ ମିଡିଆ ଓ କ୍ରିଏଟର ଇକୋନୋମିର ଯୁଗ। ସରକାରୀ ଅଧିକାରୀ କେବଳ ପ୍ରେସ୍ ରିଲିଜ୍ ଜାରି କରିବାରେ ସୀମିତ ନ ରହି ଜଣେ ଦକ୍ଷ କମ୍ୟୁନିକେସନ ପ୍ରଫେସ୍ନାଲ୍ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ସେହିପରି ସରକାରୀ ତଥ୍ୟ କିମ୍ବା ପରିସଂଖ୍ୟାନରେ କୌଣସି ଭୁଲ୍ ଗ୍ରହଣୀୟ ନୁହେଁ। ଡିଜିଟାଲ ଯୁଗରେ ଠିକ୍ ସୂଚନାକୁ ଦ୍ରୁତ ଗତିରେ ଓ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷାରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ। ସରକାରଙ୍କ ପକ୍ଷରୁ ସୂଚନା ସେବା ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଓ ଜିଲ୍ଲାଠାରୁ ମୁଖ୍ୟାଳୟ ପର୍ଯ୍ୟନ୍ତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ସାମାଜିକ ଗଣମାଧ୍ୟମ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଡିଜିଟାଲ ଯୁଗରେ ଅଧିକାରୀମାନେ କେବଳ ସୂଚନା ପ୍ରସାର କରିବାରେ ସୀମିତ ନ ରହି, ସରକାରଙ୍କ ପ୍ରତ୍ୟେକଟି ଜନକଲ୍ୟାଣକାରୀ କାର୍ଯ୍ୟକୁ ପ୍ରତିବଦ୍ଧତାର ସହ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଚିତ୍। ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣରେ କହିଲେ, ବିଭାଗର ଅଧିକାରୀମାନେ ହେଉଛନ୍ତି ବାସ୍ତବରେ ସରକାରଙ୍କ ପ୍ରମୁଖ ଚେହେରା। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ନୀତିଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ବିଭାଗ ପକ୍ଷରୁ ବିଜ୍ଞାପନ ପରିଚାଳନା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ‘ଇ-ସଞ୍ଚାର ଆପ୍’କୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ସୂଚନା ସେବା ସଂଘ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ପତ୍ରିକା ‘ଲୋକସମ୍ପର୍କ’ର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଉପସ୍ଥିତ ଥିଲେ। ବିଭାଗୀୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।