Sohail Khan weight loss: ସୋହେଲଙ୍କ ଏ କି ଅବସ୍ଥା! ହଠାତ୍ ୧୨ କେ.ଜି. ଓଜନ କମିବା ପରେ ବଢିଲା ଚିନ୍ତା...

Aug 14, 2026 - 10:24
Sohail Khan weight loss: ସୋହେଲଙ୍କ ଏ କି ଅବସ୍ଥା! ହଠାତ୍ ୧୨ କେ.ଜି. ଓଜନ କମିବା ପରେ ବଢିଲା ଚିନ୍ତା...

ବଲିଉଡ୍‌ର ଖାନ୍ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ଅଭିନେତା ସୋହେଲ ଖାନଙ୍କ ଏକ ନୂଆ ଫଟୋକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ପାର୍ଟିର ଫଟୋ ସାମ୍ନାକୁ ଆସିବା ପରେ ସୋହେଲଙ୍କ ବଦଳିଯାଇଥିବା ଲୁକ୍‌କୁ ଦେଖି ପ୍ରଶଂସକମାନେ ଚିନ୍ତା ପ୍ରକାଶ କରିଛନ୍ତି।

ସୋହେଲ ପ୍ରାୟ ୧୨ କିଲୋଗ୍ରାମ ଓଜନ କମାଇଛନ୍ତି। ଓଜନ କମିବା ପରେ ତାଙ୍କ ଚେହେରା ଏବଂ ଶରୀରରେ ଏତେ ପରିବର୍ତ୍ତନ ଦେଖାଯାଉଛି ଯେ ଅନେକ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ୍ ହେଉଛି ସୋହେଲଙ୍କ ନୂଆ ଫଟୋ

ପାର୍ଟିରେ ସୋହେଲ ଖାନ୍ ଅନ୍ୟମାନଙ୍କ ସହ ଫଟୋ ପାଇଁ ପୋଜ୍ ଦେଇଥିଲେ। ଫଟୋଟି ସୋସିଆଲ ମିଡିଆରେ ଆସିବା ପରେ ପ୍ରଶଂସକଙ୍କ ନଜର ତାଙ୍କ ଲୁକ୍‌ ଉପରେ ପଡ଼ିଥିଲା।

ପୂର୍ବ ଅପେକ୍ଷା ସୋହେଲ ଏବେ ଅଧିକ ଦୁର୍ବଳ ଏବଂ ପତଳା ଦେଖାଯାଉଥିବାରୁ ଅନେକ ୟୁଜର ଚିନ୍ତା ପ୍ରକାଶ କରିଛନ୍ତି। ଏହାର କିଛି ସମୟ ପୂର୍ବରୁ ସଲମାନ ଖାନଙ୍କ ଓଜନ ହ୍ରାସକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏବେ ସୋହେଲଙ୍କ ଓଜନ ହ୍ରାସ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଅନେକ ପ୍ରଶ୍ନ

ସୋହେଲଙ୍କ ବଦଳିଯାଇଥିବା ଲୁକ୍‌କୁ ନେଇ କିଛି ମନ୍ତବ୍ୟ ବେଶ୍ ଚର୍ଚ୍ଚାରେ ରହିଛି। ଜଣେ ୟୁଜର ଲେଖିଛନ୍ତି, “ତାଙ୍କ ବୟସ ୫୫, କିନ୍ତୁ ୮୦ରୁ ଅଧିକ ବୟସର ଲାଗୁଛନ୍ତି।” “ସୋହେଲ ଖାନଙ୍କର କ’ଣ ହୋଇଛି?” ଆଉ ଜଣେ ଲେଖିଛନ୍ତି, “ଫିକା ଏବଂ ବୟସ୍କ ଲାଗୁଛନ୍ତି।”

ଅନ୍ୟ ଜଣେ ୟୁଜର ତାଙ୍କ ଭାଇମାନଙ୍କ ସହ ତୁଳନା କରି ଲେଖିଛନ୍ତି, “ଅରବାଜ ଖାନ୍ ସଲମାନ ଏବଂ ସୋହେଲଙ୍କ ଠାରୁ ଅଧିକ ଯୁବକ ଲାଗୁଛନ୍ତି।”

Ozempic ଠାରୁ ଷ୍ଟେରଏଡ୍ ପର୍ଯ୍ୟନ୍ତ, ଚାଲିଛି ଅନେକ ଅନୁମାନ

କେତେକ ୟୁଜର ତାଙ୍କ ଓଜନ ହ୍ରାସ ପଛରେ କ’ଣ କାରଣ ରହିଛି, ତାହା ନେଇ ମଧ୍ୟ ଅନୁମାନ କରିଛନ୍ତି। କିଛି ଲୋକ ଏହାକୁ Ozempic ସହ ଯୋଡ଼ିଥିବା ବେଳେ ଆଉ କିଛି ଲୋକ ସପ୍ଲିମେଣ୍ଟ କିମ୍ବା ଷ୍ଟେରଏଡ୍‌କୁ ନେଇ ମନ୍ତବ୍ୟ ଦେଇଛନ୍ତି।

ତେବେ ଏସବୁ କେବଳ ସୋସିଆଲ ମିଡିଆରେ ୟୁଜରମାନଙ୍କ ଅନୁମାନ। ଏହାକୁ ନେଇ ସୋହେଲ ଖାନ୍ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଚୁପ୍‌ ଅଛନ୍ତି ସୋହେଲ

ସୋହେଲ ଖାନଙ୍କ ହଠାତ୍ ଓଜନ ହ୍ରାସ ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ଅଭିନେତା ନିଜେ ମଧ୍ୟ କୌଣସି ବୟାନ ଦେଇନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।