Student: ଭୁଲ୍‌ କଲା ଜଣେ ଭୋଗିଲେ ବିଦ୍ୟାର୍ଥୀ: ଟିପିଡବ୍ଲୁଓଡିଏଲ୍‌ ଉପରେ ରହୁନି ସରକାରୀ ଲଗାମ!

Aug 26, 2026 - 06:48
Student: ଭୁଲ୍‌ କଲା ଜଣେ ଭୋଗିଲେ ବିଦ୍ୟାର୍ଥୀ: ଟିପିଡବ୍ଲୁଓଡିଏଲ୍‌ ଉପରେ ରହୁନି ସରକାରୀ ଲଗାମ!

"ସମ୍ବଲପୁର: ଭୁଲ୍‌ କଲେ ସରକାର, ସଜା ଭୋଗିଲେ କୁନିକୁନି ବିଦ୍ୟାର୍ଥୀ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ମଡେଲ ସ୍କୁଲ ସମ୍ବଲପୁର ସହରର ପଟ୍ଟନାୟକପଡ଼ାସ୍ଥିତ ବ୍ରଜମୋହନ ପଟ୍ଟନାୟକ ଉଚ୍ଚ ପ୍ରାଥମିକ ସ୍କୁଲରେ ରବିବାର ଅନ୍ଧାରରେ ବୃତ୍ତି ପରୀକ୍ଷା ଦେଇଛନ୍ତି ତୃତୀୟ ଶ୍ରେଣୀର ୧୨୮ ବିଦ୍ୟାର୍ଥୀ।

ବିଜୁଳି ବିଲ୍‌ ବକେୟା ଥିବା କହି ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ସମ୍ବଲପୁର ସହରସ୍ଥିତ ୪ଟି ସ୍କୁଲର ବିଜୁଳି ୪ ଦିନ ହେଲା କାଟି ଦିଆଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଡାକ୍ତରଖାନା ଓ ସରକାରୀ ସ୍କୁଲରେ ବିଜୁଳି କାଟିବା ନେଇ କଟକଣା ଥିବା ସତ୍ତ୍ବେ କେଉଁ ସ୍ଥିତିରେ ବିଜୁଳି କଟାଯାଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Advertisment Editorial: ଦେଶୀ-ବିଦେଶୀ ସୂଚନା ଅନୁଯାୟୀ, ଧନକଉଡ଼ା ବ୍ଲକ୍‌ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ରହିଛି ୨୦୦ରୁ ଅଧିକ ସ୍କୁଲ।

ପ୍ରତିବର୍ଷ ଏମାନଙ୍କ ବିଜୁଳି ବିଲ୍‌ ହାରାହାରି ୯ ଲକ୍ଷ ଟଙ୍କା ହୋଇଥାଏ।

୨୦୨୫-୨୬ ମସିହାରେ ବିଲ୍‌ ବାବଦରେ ସରକାରଙ୍କ ପକ୍ଷରୁ ଶିକ୍ଷା କାର୍ଯ୍ୟାଳୟକୁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା।

ସେହି ଅନୁଯାୟୀ, ମାର୍ଚ୍ଚ ମାସରେ ଅର୍ଥାତ ମାତ୍ର ୫ ମାସ ପୂର୍ବରୁ ଟିପିଡବ୍ଲୁଓଡିଏଲ୍‌କୁ ବିଲ୍‌ ପୈଠ ହୋଇଥିଲା।

ଏହାପରେ ଆହୁରି ୭୫ ହଜାର ଟଙ୍କା ମଧ୍ୟ ଦିଆଗଲା।

ତଥାପି ବିଲ୍‌ ବକେୟା ଥିବା କହି ଟିପିଡବ୍ଲୁଓଡିଏଲ୍‌ ଡିଇଓଙ୍କୁ କୌଣସି ସୂଚନା ନ ଦେଇ ଅଚାନକ ୪ଟି ସ୍କୁଲ ବଡ଼ବଜାରସ୍ଥିତ ଶ୍ରୀମତୀ ଦୂତିକା ସାହୁ ହାଇସ୍କୁଲ, କ୍ଷେତରାଜପୁରସ୍ଥିତ ସରକାରୀ ହିନ୍ଦୀ ୟୁପି ସ୍କୁଲ ଏବଂ ଝାଙ୍କରପାଲି ଜଗନ୍ନାଥ ହାଇସ୍କୁଲର ବିଜୁଳି କାଟି ଦେଇଛି।

ସରକାର ବିଜୁଳି ବିଲ୍‌ ବକେୟା ରଖିଥିବା ବେଳେ ଏହାର ସଜା ବିଦ୍ୟାର୍ଥୀମାନେ ଭୋଗୁଛନ୍ତି।

ବିନା ବିଜୁଳିରେ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ଅସହଜ ହେଉଛି।

କମ୍ପ୍ୟୁଟର କାମ କରୁନି।

ପାଣି ମଧ୍ୟ ଆସୁନି।

ଶୌଚାଳୟକୁ ଯିବାବେଳେ ଅନ୍ଧାରରେ କୁନିକୁନି ପିଲା ହଟହଟା ହେଉଛନ୍ତି।

ଏହାର ଗୋଟିଏ ଉଦାହରଣ ଭାବରେ ବ୍ରଜମୋହନ ପଟ୍ଟନାୟକ ସ୍କୁଲକୁ ନିଆଯାଇ ପାରେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ନିଜେ ପଢ଼ିଥିବା ଏହି ସ୍କୁଲକୁ ମଡେଲ ସ୍କୁଲ କରିବା ଲକ୍ଷ୍ୟରେ ସ୍ବତନ୍ତ୍ର ଆଗ୍ରହ ଦେଖାଇ ସମସ୍ତ ସୁବିଧା ଥିବା ସୁନ୍ଦର ସ୍କୁଲ ନିର୍ମାଣ କରାଇଲେ।

ଏହି ସ୍କୁଲରେ ସ୍ମାର୍ଟବୋର୍ଡ, ୫ଟି କମ୍ପ୍ୟୁଟର ସହିତ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି ରହିଛି।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ପିଲାମାନେ ମଧ୍ୟ ଏହାର ଲାଭ ପାଉଛନ୍ତି।

କିନ୍ତୁ ଗତ ୪ ଦିନ ହେଲା ବିଜୁଳି କାଟି ଦିଆଯାଇଥିବାରୁ ସବୁ ସୁବିଧା ଅଚଳ।

ଏଭଳି ସ୍ଥିତିରେ ରବିବାର ଛାତ୍ରଛାତ୍ରୀମାନେ ଅନ୍ଧାରରେ ବସି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଛନ୍ତି।

ଏ ସଂପର୍କରେ ଡିଇଓ ଲକ୍ଷ୍ମଣ ଭୋଇ କହିଛନ୍ତି, ବିଜୁଳି କାଟି ଦିଆଯାଇଥିବାରୁ ଟିପିଡବ୍ଲୁଓଡିଏଲ୍‌କୁ ସ୍ବତନ୍ତ୍ର ଚିଠି କରାଯାଇଛି।

ଝାଙ୍କରପାଲି ସ୍କୁଲରେ ବିଜୁଳି ସଂଯୋଗ ପୁନର୍ବାହାଲ ହୋଇଛି।

ବାକି ସ୍କୁଲରେ ଖୁବ୍‌ଶୀଘ୍ର ବିଜୁଳି ସଂଯୋଗ ସ୍ବାଭାବିକ ହେବ ବୋଲି ଆଶା ରହିଛି।

ଅନ୍ୟପକ୍ଷରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ କୁହାଯାଇଛି, ବିଲ୍‌ ବକେୟା ଥିବାରୁ ସ୍କୁଲର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି।

ଏ ସଂପର୍କରେ ଡିଇଓ ଓ ବିଇଓଙ୍କ ସହିତ ଆଲୋଚନା କରାଯାଇଛି।

ଖୁବ୍‌ଶୀଘ୍ର ଏହା ସ୍ବାଭାବିକ ହୋଇଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।