Train Mobile Charging Rules: ଟ୍ରେନରେ ରାତି ୧୧ ପରେ ମୋବାଇଲ୍ ଚାର୍ଜିଂ ବନ୍ଦ, ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଟ୍ରେନରେ ଆଉ କରିପାରିବେନି ମୋବାଇଲ ଚାର୍ଜ।
ପାୱାର ବ୍ୟାଙ୍କ ବ୍ଲାଷ୍ଟ୍ ପରେ ନିୟମ ହେଲା କଡ଼ାକଡ଼ି।
ଜାଣି ରଖନ୍ତୁ ନହେଲେ ଦେବେ ଫାଇନ୍।
ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର।
ଟ୍ରେନ ଭିତରେ ମୋବାଇଲ୍ ଚାର୍ଜିଂକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ରେଳବାଇ।
ଏଣିକି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନରେ ମୋବାଇଲ୍ ଏବଂ ଲାପଟପ୍ ଚାର୍ଜିଂ ପଏଣ୍ଟ ସମ୍ପୂର୍ଣ୍ଣ ବନ୍ଦ ରହିବ।
ନିକଟରେ ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ଚାର୍ଜ ହେଉଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା।
ଏହି ବ୍ଲାଷ୍ଟ ଯୋଗୁଁ ସମ୍ପୂର୍ଣ୍ଣ ବଗିରେ ପ୍ରବଳ ଧୂଆଁ ଖେଳିଯାଇଥିଲା।
ଏହି ଦୁର୍ଘଟଣା ପରେ ରେଳବାଇ ବୋର୍ଡ ସମସ୍ତ ଜୋନ୍କୁ ରାତ୍ରିକାଳୀନ ଚାର୍ଜିଂ ବ୍ୟାନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି।
Advertisment ନୂଆ ନିର୍ଦ୍ଦେଶନାମା ଅନୁସାର, ଏହି ୬ ଘଣ୍ଟାର ସୁରକ୍ଷା ଅବଧି ମଧ୍ୟରେ ସମସ୍ତ କୋଚ୍ର ଚାର୍ଜିଂ ପଏଣ୍ଟ ସୁଇଚ୍ ଅଫ୍ ରଖିବାକୁ କର୍ମଚାରୀଙ୍କୁ କୁହାଯାଇଛି।
ନିୟମ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଅଧିକାରୀ ଓ ସୁପରଭାଇଜରମାନେ ଅଚାନକ ଚଢ଼ାଉ ବା ସରପ୍ରାଇଜ୍ ଇନସପେକ୍ସନ କରିବେ।
ଯଦି କୌଣସି କର୍ମଚାରୀ ଏଥିରେ ଅବହେଳା କରନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁମ୍ବାଇର ପାୱାର ବ୍ୟାଙ୍କ ବିସ୍ଫୋରଣ ପରେ ରେଳବାଇ ଯାତ୍ରୀମାନଙ୍କୁ ସତର୍କ କରାଇ ଦେଇଛି।
ଦୂରଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ନିଜର ମୋବାଇଲ୍ ଓ ଅନ୍ୟାନ୍ୟ ଜରୁରୀ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଘରୁ ଚାର୍ଜ କରି ଆଣିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ୱାରା ଯାତ୍ରା ସମୟରେ କୌଣସି ଅସୁବିଧା ହେବନାହିଁ ଏବଂ ଯାତ୍ରା ସୁରକ୍ଷିତ ରହିବ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।