Ukraine: ଭାରତ ୟୁକ୍ରେନକୁ ଶାନ୍ତିସେନା ପଠାଉ ବୋଲି ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିଲେ ଭାନ୍ସ: ପୁସ୍ତକରେ ଦାବି
"ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ରହିଥିବା ବେଳେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାରି ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି।
ଏହି ସଂଘର୍ଷ ବିଶ୍ବରେ ମଧ୍ୟ ସଙ୍କଟ ସୃଷ୍ଟି କରିଛି।
ସଂଘର୍ଷର ଅନ୍ତ ପାଇଁ ସମସ୍ତ ପ୍ରୟାସ ବିଫଳ ହୋଇଛି।
ମଙ୍ଗଳବାର ପ୍ରକାଶିତ ଏକ ନୂତନ ପୁସ୍ତକରେ ଦାବି କରାଯାଇଛି ଯେ, ୟୁକ୍ରେନ ଯୁଦ୍ଧ ପାଇଁ ଆମେରିକାର ରଣନୀତି ଉପରେ ହ୍ୱାଇଟ୍ ହାଉସ୍ରେ ଆଲୋଚନା ସମୟରେ, ଆମେରିକାର ଉପରାଷ୍ଟ୍ରପତି ଜେ.ଡି.
ଭାନ୍ସ ୟୁକ୍ରେନରେ ଶାନ୍ତିରକ୍ଷା ବାହିନୀ ଭାବରେ ଭାରତ କିମ୍ବା ସାଉଦି ଆରବରୁ ସୈନ୍ୟ ମୁତୟନ କରିବାକୁ ପରାମର୍ଶ ଦେଇଥିଲେ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ମ୍ୟାଗି ହାବରମ୍ୟାନ୍ ଏବଂ ଜୋନାଥନ୍ ସ୍ୱାନ୍ଙ୍କ ଦ୍ୱାରା ଲିଖିତ ନୂତନ ପୁସ୍ତକ "ରିଜିମ୍ ଚେଞ୍ଜ୍: ଇନସାଇଡ୍ ଦି ଇମ୍ପେରିଆଲ୍ ପ୍ରେସିଡେନ୍ସି ଅଫ୍ ଡୋନାଲ୍ଡ ଟ୍ରମ୍ପ୍" ଅନୁଯାୟୀ, ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରାରମ୍ଭରେ ଏଭଳି କରାଯାଇଥିଲା।
ଶପଥ ଗ୍ରହଣର ମାତ୍ର ୧୦ ଦିନ ପରେ, ଟ୍ରମ୍ପ ପ୍ରଶାସନ ଓଭାଲ୍ ଅଫିସରେ ଏକ ବୈଠକ ଡାକିଥିଲା, ଯେଉଁଠାରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ଶୀର୍ଷ ପରାମର୍ଶଦାତାମାନଙ୍କୁ ଅବସରପ୍ରାପ୍ତ ସେନା ଲେଫ୍ଟନାଣ୍ଟ ଜେନେରାଲ୍ କିଥ୍ କେଲୋଗ୍ ସୂଚନା ଦେଇଥିଲେ।
କେଲୋଗ୍ଙ୍କୁ ୟୁକ୍ରେନ ଏବଂ ରୁଷ ପାଇଁ ସ୍ୱତନ୍ତ୍ର ରାଷ୍ଟ୍ରପତିଙ୍କ ଦୂତ ଭାବରେ ନିଯୁକ୍ତ କରାଯାଇଥିଲା।Advertisment ଭାରତ ଆମେରିକୀୟ ସାମଗ୍ରୀ ଉପରେ ୧୭୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇଥାଏ ହାବରମ୍ୟାନ୍ ଏବଂ ସ୍ୱାନ୍ ଲେଖିଛନ୍ତି ଯେ, ଆଲୋଚନା ସମୟରେ କେଲୋଗ୍ "ଆନ୍ ଆମେରିକା ଫାଷ୍ଟ୍ ପ୍ଲାନ୍:ଟ୍ରମ୍ପସ୍ ହିଷ୍ଟୋରିକ୍ ପିସ୍ ଡିଲ୍ ଫର୍ ରୁଷ-ୟୁକ୍ରେନ ୱାର"ଶୀର୍ଷକ ଏକ ଐତିହାସିକ ଶାନ୍ତି ଚୁକ୍ତି ପ୍ରସ୍ତାବ ଦେଇଥିଲେ।
ଏହି ପ୍ରସ୍ତାବରେ କୁହାଯାଇଥିଲା ଯେ,ୟୁକ୍ରେନରେ ରୁଷର ଅଧିକୃତ ଅଞ୍ଚଳଗୁଡ଼ିକର ଦାବିକୁ ଆମେରିକା ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେବ ନାହିଁ।
କିନ୍ତୁ ୟୁକ୍ରେନ ବଳ ପ୍ରୟୋଗ କରି ହରାଇଥିବା ଅଞ୍ଚଳଗୁଡ଼ିକୁ ପୁନର୍ବାର ଦଖଲ କରିବାକୁ ଚେଷ୍ଟା କରିବ ନାହିଁ।
ଏହି ଚିନ୍ତାଧାରା ସହିତ ବୈଠକରେ ଏକ ଅଣ-ନାଟୋ ଶାନ୍ତିରକ୍ଷା ବାହିନୀ ବିଷୟରେ ଆଲୋଚନା କରାଯାଇଥିଲା।
ପୁସ୍ତକରେ କୁହାଯାଇଛି ଯେ, ଉପରାଷ୍ଟ୍ରପତି ଭାନ୍ସ ପଚାରିଥିଲେ, ଏହି କାମ ପାଇଁ ଅନ୍ୟ ଦେଶର ସୈନ୍ୟ ଆସିପାରିବେ କି?
ଏହା ସହିତ ସେ ସାଉଦି ଆରବ କିମ୍ବା ଭାରତରୁ ସୈନ୍ୟ ଡାକିବାକୁ ପରାମର୍ଶ ଦେଇଥିଲେ।
ପୁସ୍ତକରେ ରାଷ୍ଟ୍ରପତିଙ୍କ କଥା ଉଦ୍ଧୃତ କରାଯାଇଛି, ଟ୍ରମ୍ପ ହସି କହିଥିଲେ,ଭାରତୀୟମାନେ ଏପରି କରିବେ ନାହିଁ।ରିପୋର୍ଟ ଅନୁସାରେ, ଟ୍ରମ୍ପ କହିଥିଲେ ଯେ, ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭଲ ସମ୍ପର୍କ ଅଛି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ଭାରତୀୟମାନେ କେବେବି କୌଣସି ଜିନିଷ ପାଇଁ ମୂଲ୍ୟ ଦିଅନ୍ତି ନାହିଁ।
ପୁସ୍ତକର ଅନ୍ୟ ଏକ ଅଧ୍ୟାୟରେ ଟ୍ରମ୍ପ ଶୁଳ୍କ ବିଷୟରେ ଆଲୋଚନା କରିବା ସମୟରେ ପୁଣି ଥରେ ଭାରତ ବିଷୟରେ ଉଲ୍ଲେଖ କରିଛନ୍ତି।
ମାର୍ଚ୍ଚ ୧୦ ତାରିଖରେ, ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରିଥିବା କୋଟିପତି ବ୍ୟବସାୟୀ ଏଲୋନ ମସ୍କଙ୍କର କ୍ୟାବିନେଟ ସଚିବମାନଙ୍କ ସହିତ ମତଭେଦ ହେବାର କିଛି ଦିନ ପରେ, ଟେକ୍ନୋଲୋଜି ସିଇଓ ପରିଷଦ ହ୍ୱାଇଟ୍ ହାଉସରେ ବୈଠକ କରିଥିଲା।
ରୁଜଭେଲ୍ଟ ରୁମରେ ଡକାଯାଇଥିବା ଏହି ବୈଠକରେ ଅନେକ ପ୍ରମୁଖ ଟେକ୍ନୋଲୋଜି କମ୍ପାନି ଆଇବିଏମ,ଏଚପିଇ,ଡେଲ୍,ଏଚପି, କ୍ବାଲକମ୍ ଏବଂ ଇଣ୍ଟେଲର ମୁଖ୍ୟମାନେ ଯୋଗ ଦେଇଥିଲେ।ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଅଧିକାରୀମାନଙ୍କୁ ପଚାରିଥିଲେ, ଆମେରିକାରେ ନୂତନ କାରଖାନା ନିର୍ମାଣ କରିବା ପାଇଁ ଆପଣଙ୍କୁ ରାଜି କରାଇବା ପାଇଁ ଆମକୁ କ"ଣ କରିବାକୁ ପଡିବ?
ସେହି ବୈଠକରେ ଶୁଳ୍କ ବିଷୟରେ ଆଲୋଚନା କରି ଟ୍ରମ୍ପ ଭାରତ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ଭାରତ ଆମେରିକୀୟ ସାମଗ୍ରୀ ଉପରେ ୧୭୫% ପର୍ଯ୍ୟନ୍ତ ଶୁଳ୍କ ଲଗାଇଥାଏ।
ପୁସ୍ତକଟି ଦାବି କରାଯାଇଛି ଯେ, ଟ୍ରମ୍ପ ସେତେବେଳେ କହିଥିଲେ, ଯେଉଁମାନେ ଏଠାରେ ସାମଗ୍ରୀ ନିର୍ମାଣ କରନ୍ତି ନାହିଁ ସେମାନଙ୍କୁ ଭାରୀ ଶୁଳ୍କ ଦେବାକୁ ପଡିବ।
୨୦% ନୁହେଁ, ବରଂ ୧୦୦%।
ଆମ ସହିତ ବହୁତ ଅନ୍ୟାୟ ବ୍ୟବହାର କରାଯାଉଛି।
ଚୀନ୍ ଆମ ଉପରେ ୧୫୦ ରୁ ୨୦୦% ଏବଂ ଭାରତ ୧୭୫% ପର୍ଯ୍ୟନ୍ତ ଶୁଳ୍କ ଲଗାଉଛି ବୋଲି ଟ୍ରମ୍ପ କହିଥିଲେ।
California: କାଲିଫର୍ନିଆ ପାଠାଗାରରେ ଗୁଳିକାଣ୍ଡ: ୧୮ ବର୍ଷୀୟ ଯୁବକ ଦୁଇ ଜଣଙ୍କୁ ହତ୍ୟା କଲେ, ୨୭ ବର୍ଷ ତଳର ନରସଂହାର ଦ୍ବାରା ପ୍ରଭାବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।