Underground Maoist Cache Busted: ମାଟି ତଳୁ ମାଓ ସାମଗ୍ରୀ ଜବତ, ଡିଭିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି

Aug 26, 2026 - 16:11
Underground Maoist Cache Busted: ମାଟି ତଳୁ ମାଓ ସାମଗ୍ରୀ ଜବତ, ଡିଭିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି

ମାଟି ତଳୁ ମାଓବାଦୀଙ୍କ ଡମ୍ପ ଠାବ କରି ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଡିଭିଏଫ୍ ଯବାନ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ତଲାସୀ ଅଭିଯାନ ସମୟରେ ଏହି ସଫଳତା ମିଳିଛି।

ସୂଚନା ଅନୁସାରେ, ମାଥିଲି ଥାନା ଅଧୀନ କିରିମିଟି ଓ କାଦଭଟା ଜଙ୍ଗଲରେ ମାଓବାଦୀଙ୍କ ଏକ ଡମ୍ପ ଥିବା ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ଡିଭିଏଫ୍ ଯବାନମାନେ ଅଞ୍ଚଳରେ ଚଢ଼ାଉ କରିଥିଲେ।

ତଲାସୀ ବେଳେ ମାଟି ତଳେ ଲୁଚାଇ ରଖାଯାଇଥିବା ଡମ୍ପକୁ ଠାବ କରାଯାଇଥିଲା। ସେଠାରୁ ୩ଟି ଦେଶୀ ବନ୍ଧୁକ ଓ ୪ଟି ଆଇଇଡି ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀକୁ ସୁରକ୍ଷାବାହିନୀ ନିଜ ହେପାଜତକୁ ନେଇଛି।

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖି ସୀମାନ୍ତ ଅଞ୍ଚଳରେ ତଲାସୀ ଓ କମ୍ବିଂ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ଜବତ ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏବଂ ଏହା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି।

ମାଟି ତଳୁ ମାଓ ସାମଗ୍ରୀ ଜବତ
ମାଲକାନଗିରି ଛତିଶଗଡ ସୀମାରୁ ମାଓ ଡମ୍ପ ଠାବ
ମାଥିଲି ଥାନା କିରିମିଟି କାଦଭଟା ଜଙ୍ଗଲରୁ ଠାବ
୩ଟି ଦେଶୀ ବନ୍ଧୁକ, ୪ଟି ଆଇଡି ଜବତ
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚଢାଉ
ଡିଭିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।