Vigilance: ସ-ମିଲ୍ ଉପରେ ଭିଜିଲାନ୍ସ ଚଢ଼ଉ: ୧୫ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ
"ବାଲିଅନ୍ତା ବଜାର: ରାଜ୍ୟ ସରକାର ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ନଦୀପଠାରେ ବୃକ୍ଷରୋପଣ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ରକ୍ଷଣାବେକ୍ଷଣା ସହିତ ଗଛ ବଡ଼ କରୁଛନ୍ତି।
ଏହି ଗଛଗୁଡ଼ିକୁ କାଠମାଫିଆମାନେ କାଟି ନେଉଛନ୍ତି।
ଏହି କାଠକୁ ଚିରିବା ପାଇଁ ଥାନା ଅଞ୍ଚଳରେ ଅନେକ ଦିନରୁ ବେଆଇନ ଭାବେ ଏକାଧିକ କରତକଳ ଚାଲୁଛି।
ହେଲେ ଆଜି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଦଳ ସକାଳୁ ଦୁଇଟି କରତକଳ ଉପରେ ଚଢ଼ଉ ହୋଇଥିଲା।
ଚଢ଼ଉ ବେଳେ ଇଚ୍ଛାଦେଇପାଟଣାରେ ଥିବା କରତକଳରୁ ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି।
ଜବତ ଜିନିଷର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।
Advertisment Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର ଏହି ଚଢ଼ଉରେ ବାଲିପାଟଣା ବନାଞ୍ଚଳ ଅଧିକାରୀ ରେଷମା ପରିଡ଼ା, ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀ ଅଦିସ୍ମିତା ନାୟକ, ଏସ୍ଏଫ୍ ଖୋର୍ଦ୍ଧା ସୁଶାନ୍ତ କୁମାର ବନ୍ଧଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ ଓ ଭିଜିଲାନ୍ସ ସ୍ୱତନ୍ତ୍ର ଟିମ୍ ଗଠନ କରି ମିଳିତ ଭାବେ ଚଢ଼ଉ କରିଥିଲେ।
ସକାଳୁ ବାଲିଅନ୍ତା ବ୍ଲକ୍ ଅଧୀନ ଭିଙ୍ଗାରପୁର ପଞ୍ଚାୟତରେ ଥିବା କରତକଳ ଉପରେ ଚଢ଼ଉ କରିଥିଲେ।
ସେହିପରି ହୀରାପୁର ଗ୍ରାମ ନିକଟରେ ଥିବା ଗୋଟିଏ କରତକଳ ଉପରେ ଚଢ଼ଉ କରିଥିଲେ ବି ମିଲ୍ ବନ୍ଦ ରହିଛି।
ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ବନରକ୍ଷକ ସାଧୁ ଚରଣ ମହାପାତ୍ର, ଦେବୋଜିତ ମହାନ୍ତି, ପିପିଲି ବନରକ୍ଷକ ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ବାଳକାଟି ବଡ଼ଭୋଇ ସାହି ବନାଞ୍ଚଳର ପୁରୁଣା କାର୍ଯ୍ୟାଳୟ ନିକଟରେ ବେଆଇନ କରତକଳ ଚାଲୁଥିବାର ଦେଖିବାକୁ ମିଳିଥିଲା।
ଉକ୍ତ ମାଲିକ କାହା ନିର୍ଦ୍ଦେଶରେ ବେଆଇନ ଭାବେ କରତକଳ ଚଳାଇଛନ୍ତି ଏ ନେଇ ସ୍ଥାନୀୟ ଅଞ୍ଚଳରେ ବନବିଭାଗ ଅଧିକାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।