Viral Shop Board: ଏମିତି ବି ଦୋକାନ! ବୋର୍ଡରେ ଲେଖାଅଛି ‘ମହିଳାଙ୍କ ଆସିବା ମନା’, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Nov 08, 2026 - 16:34
Viral Shop Board: ଏମିତି ବି ଦୋକାନ! ବୋର୍ଡରେ ଲେଖାଅଛି ‘ମହିଳାଙ୍କ ଆସିବା ମନା’, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଜଣେ ଦୋକାନୀ ଦିନ ଆରମ୍ଭରୁ ଏହି ଆଶା କରିଥାନ୍ତି ଯେ ତାଙ୍କ ଦୋକାନରେ ଅଧିକରୁ ଅଧିକ ଗ୍ରାହକ ଆସନ୍ତୁ, ବଇନି ଭଲ ହେଉ ଏବଂ ବ୍ୟବସାୟ ଜମୁ।

କିନ୍ତୁ ବର୍ତ୍ତମାନ, ଏମିତି ଏକ ଖବର ଆସିଛି ଯାହା ସମ୍ପୂର୍ଣ୍ଣ ଓଲଟା ଏକ ଘଟଣା।

ଏଠାରେ ଜଣେ କିରାଣା ଦୋକାନୀ ନିଜ ଦୋକାନ ବାହାରେ ଏମିତି ବୋର୍ଡ ଟାଙ୍ଗିଛନ୍ତି, ଯାହା ଦେଖି ଲୋକେ ପ୍ରଥମେ ହସୁଛନ୍ତି, ପରେ ଏହାର କାରଣ ଶୁଣି ଚିନ୍ତାରେ ପଡ଼ୁଛନ୍ତି।

ଏହି ଖବର ଉତ୍ତରପ୍ରଦେଶର ପ୍ରୟାଗରାଜର ରାଜାପୁର ଅଞ୍ଚଳରୁ ଆସିଛି।

Advertisment ଦୋକାନ ମାଲିକ ଘନଶ୍ୟାମ ବାବା ନିଜ ବୋର୍ଡରେ ଲେଖିଛନ୍ତି, “ଏହି ଦୋକାନକୁ ମହିଳାଙ୍କ ଆସିବା ମନା।

ହେ ଭଗବାନ!

କମ୍ ସେ କମ୍ ଗ୍ରାହକ ପଠାନ୍ତୁ।” ବୋର୍ଡର ଫଟୋ ସୋସିଆଲ୍ ମିଡିଆରେ ଆସିବା ପରେ ଖୁବ୍ ଶୀଘ୍ର ଭାଇରାଲ୍ ହୋଇଯାଇଛି।

ପ୍ରଥମ ଦୃଷ୍ଟିରେ ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ମଜାଳିଆ ବିଜ୍ଞାପନ ଭଳି ଲାଗୁଥିଲା।

କିନ୍ତୁ ଦୋକାନୀ ଏହା ପଛରେ ଥିବା କାରଣ କହିବା ପରେ ପୂରା ଘଟଣା ଅନ୍ୟ ମୋଡ଼ ନେଇଛି।

ଘନଶ୍ୟାମ ବାବାଙ୍କ କହିବା ଅନୁସାରେ, ସନ୍ଧ୍ୟା ହେଲେ ତାଙ୍କ ଦୋକାନ ଚାରିପାଖରେ କିଛି ମଦ୍ୟପ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିଲା।

ନିଶାସକ୍ତ ଅବସ୍ଥାରେ ଏମାନେ ରାସ୍ତାରେ ଯାଉଥିବା ମହିଳା ଓ ଯୁବତୀଙ୍କୁ ନେଇ ଅଶ୍ଳୀଳ ଟିପ୍ପଣୀ କରୁଥିବା ଏବଂ ବେଳେବେଳେ ଅସଦାଚରଣ କରୁଥିବା ଅଭିଯୋଗ ରହିଛି।

Advertisment ଦିନକୁ ଦିନ ଏହି ପରିସ୍ଥିତି ଖରାପ ହେଉଥିବାରୁ ଅଞ୍ଚଳର ପରିବେଶ ମଧ୍ୟ ପ୍ରଭାବିତ ହେଉଥିଲା।

ଦୋକାନରେ କିଛି କିଣିବାକୁ ଆସୁଥିବା ମହିଳାମାନେ ମଧ୍ୟ ଅସୁବିଧାରେ ପଡ଼ୁଥିଲେ।

ଏପରି ପରିସ୍ଥିତିରେ ଘନଶ୍ୟାମ ବାବା କଥିତ ଭାବେ ଭାବିଥିଲେ, ଯଦି ମହିଳାମାନେ ଦୋକାନକୁ ଆସିବେ ନାହିଁ, ତେବେ ସେମାନଙ୍କୁ ଅସଦାଚରଣର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଏହାପରେ ସେ ଦୋକାନ ବାହାରେ ଏହି ଅଜବ ବୋର୍ଡ ଲଗାଇଥିବା କହିଛନ୍ତି।

ତାଙ୍କ ମତରେ, ଏହା ମହିଳାଙ୍କ ବିରୋଧରେ କୌଣସି ଭେଦଭାବ ନୁହେଁ, ବରଂ ନିଜ ଅଞ୍ଚଳରେ ଥିବା ଅସୁରକ୍ଷିତ ପରିସ୍ଥିତି ପ୍ରତି ତାଙ୍କ ଅସହାୟତାର ପ୍ରତିଫଳନ।

ତେବେ ବୋର୍ଡ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ମତ ବିଭାଜନ ଦେଖିବାକୁ ମିଳିଛି।

କିଛି ଲୋକ ଦୋକାନୀଙ୍କ ପଦକ୍ଷେପକୁ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ବୋଲି କହୁଛନ୍ତି।

ସେମାନଙ୍କ ମତରେ ଘନଶ୍ୟାମ ବାବା ନିଜର ଆୟ କମିଯିବାର ଆଶଙ୍କା ସତ୍ତ୍ୱେ ଏପରି ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ ଏକ ବଡ଼ ବର୍ଗ ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେମାନଙ୍କ କହିବା କଥା, ଯଦି ମଦ୍ୟପ କିମ୍ବା ଅସାମାଜିକ ବ୍ୟକ୍ତିମାନେ ମହିଳାଙ୍କୁ ହଇରାଣ କରୁଛନ୍ତି, ତେବେ ଦଣ୍ଡ ସେମାନଙ୍କୁ ମିଳିବା ଉଚିତ।

ମହିଳାଙ୍କୁ ଦୋକାନକୁ ଯିବାରୁ ରୋକିବା ସମସ୍ୟାର ସମାଧାନ ନୁହେଁ। इस दुकान पर औरतों का आना माना है, हे भगवान इस दुकान पर कम से कम ग्राहक भेजना। ऊपर की लाइने प्रयागराज के राजापुर इलाके के एक किराने की दुकान की है, पढ़कर थोड़ा अजीब लगेगा क्योंकि जहां एक दुकानदार भगवान से विनती करता रहता है कि उसके यहां ग्राहकों की संख्या ज्यादा हो ज्यादा से… pic.twitter.com/pVISzy9onn — Manish Yadav (@itsmanish80) November 7, 2026 ସୋସିଆଲ୍ ମିଡିଆ ୟୁଜରମାନେ ଏହି ଘଟଣାକୁ ନେଇ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଲୋକଙ୍କ ମତରେ, ରାସ୍ତାରେ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର।

ମହିଳାଙ୍କ ସ୍ୱାଧୀନ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଇ ସମସ୍ୟାକୁ ଏଡ଼ାଇବା ଠିକ୍ ଉପାୟ ନୁହେଁ।

ଏବେ ଏହି ଅଜବ ବୋର୍ଡ କେବଳ ଏକ ଦୋକାନର ଚର୍ଚ୍ଚାରେ ସୀମିତ ନାହିଁ।

ଏହା ମହିଳା ସୁରକ୍ଷା, ଆଇନଶୃଙ୍ଖଳା ଏବଂ ସାର୍ବଜନୀନ ସ୍ଥାନରେ ଅସାମାଜିକ ଆଚରଣକୁ ନେଇ ଏକ ବଡ଼ ପ୍ରଶ୍ନ ଉଠାଇଛି।

ପ୍ରୟାଗରାଜର ରାଜାପୁର ଅଞ୍ଚଳର ଘଟଣା ଦୋକାନ ବାହାରେ 'ମହିଳାଙ୍କ ଆସିବା ମନା' ବୋର୍ଡ ସନ୍ଧ୍ୟା ପରେ ଦୋକାନ ଚାରିପାଖରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା ଅଭିଯୋଗ ମହିଳାଙ୍କୁ ଅଶ୍ଳୀଳ ଟିପ୍ପଣୀ ଓ ଅସଦାଚରଣ କରୁଥିବା ଅଭିଯୋଗ ମହିଳାଙ୍କ ସୁରକ୍ଷା ପାଇଁ ଦୋକାନୀଙ୍କ ଅଜବ ପଦକ୍ଷେପ ସୋସିଆଲ୍ ମିଡିଆରେ ପୋଲିସ୍-ପ୍ରଶାସନକୁ ନେଇ ପ୍ରଶ୍ନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।