Wall Collapsed ଜେଜେ ମା’ଙ୍କ ସହ ଘରେ ଖେଳୁଥିଲେ, ଭୁଶୁଡ଼ିଗଲା କାନ୍ଥ, ଶିଶୁ ମୃତ
"ରାଇରଙ୍ଗପୁର/ବାଦାମପାହାଡ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀ ଗ୍ରାମରେ ଘରର କଚ୍ଚା କାନ୍ଥପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।
Advertisment Death: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ମୃତ ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ଏହି ଘଟଣା ଘଟିଛି।
ମଦନ ମୋହନ ଟୁଡୁଙ୍କ ଦେଢ଼ ବର୍ଷର ପୁଅ ଜୟରାମ ଟୁଡୁ ଓ ତାଙ୍କ ବୃଦ୍ଧା ମାଆ ବାସନ୍ତୀ ଟୁଡୁଙ୍କ ଉପରେ କାନ୍ଥ ଭୁଷୁଡି ପଡିଥିଲା।
ଗୁରୁତର ଅବସ୍ଥାରେ ଶିଶୁ ଓ ଜେଜେ ମାଆଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ରାସ୍ତାରେ ଶିଶୁ ଜୟରାମଙ୍କ ମୃତ୍ୟୁ ଘଟିଥିଲା ।
Elephant Child Death: ହାତୀ ପାଇଁ ଅଘଟଣ, କାନ୍ଥ ପଡ଼ି ଦୁଇ ବର୍ଷ ଶିଶୁର ଚାଲିଗଲା ଜୀବନ ଗୁରୁତର ଆହତ ବାସନ୍ତୀଙ୍କୁ ବାରିପଦାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ଆଜି ଶିଶୁ ଜୟରାମଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।