Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Sep 27, 2026 - 00:08
Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ- ରବିବାର କୌଣସି ଭଲକାମ କରିବେ।

ସୋମ, ମଙ୍ଗଳ ଓ ବୁଧବାର ରୋଜଗାରର ମଉକା ପାଇବେ।

ଗୁରୁ ଓ ଶୁକ୍ରବାର ସରକାରୀ କାମ ପୂରା ହେବ।

ଶନିବାର ଜୀବନସାଥୀଠୁ କିଛି ଉପହାର ପାଇବେ।Advertisment ବୃଷ- ରବିବାର ଜୀବନରେ ନୂଆ ଖୁସି ଆସିବ।

ସୋମ, ମଙ୍ଗଳ ଓ ବୁଧବାର ବୈବାହିକ ଜୀବନ ସୁଖମୟ ହେବ।

ଗୁରୁ ଓ ଶୁକ୍ରବାର ବେପାରୀଙ୍କ ଲାଗି ସମୟ ଭଲ।

ଶନିବାର ନୂଆ କଥା କିଛି ଜାଣିପାରିବେ।

ମିଥୁନ- ରବିବାର ପ୍ରିୟଜନର ଭାବନାକୁ ବୁଝିବେ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଅନୁକୂଳତା ରହିବ।

ଗୁରୁ ଓ ଶୁକ୍ରବାର ବନ୍ଧୁର ସହାୟତା ପାଇବେ।

ଶନିବାର ଆତ୍ମବିଶ୍ବାସ ବୃଦ୍ଧି ହେବ।

କର୍କଟ- ରବିବାର ଅସହାୟଙ୍କୁ ସାହାଯ୍ୟ କରିବେ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ପରିଣାମ ପାଇବେ।

ଗୁରୁ ଓ ଶୁକ୍ରବାର ସୁଖ ସୁବିଧା ବୃଦ୍ଧି ହେବ।

ଶନିବାର ଦାମ୍ପତ୍ୟ ଜୀବନ ଭଲ ରହିବ।

ସିଂହ- ରବିବାର ନୂଆ ସୁଯୋଗ ଆସିବ।

ସୋମ, ମଙ୍ଗଳ ଓ ବୁଧବାର ବନ୍ଧୁ ମାଧ୍ୟମରେ ଯୋଜନା ସଫଳ ହେବ।

ଗୁରୁ ଓ ଶୁକ୍ରବାର ପୁତ୍ର ପକ୍ଷରୁ ସୁଖ ପାଇବେ।

ଶନିବାର କୌଣସି ବଡ଼ ଦାୟିତ୍ବ ପାଇବେ।

କନ୍ୟା- ରବିବାର କାର୍ଯ୍ୟ ସଫଳ ହେବ।

ସୋମ, ମଙ୍ଗଳ ଓ ବୁଧବାର କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।

ଗୁରୁ ଓ ଶୁକ୍ରବାର ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ।

ଶନିବାର ବେପାରରେ ଉନ୍ନତି ହେବ।

ଆହୁରି ପଢ଼ନ୍ତୁ- Burnout Symptoms: ଅଧିକ କାମ କରିବା ସତ୍ତ୍ୱେ ପ୍ରଦର୍ଶନ କମୁଛି କି?

ବର୍ଣ୍ଣଆଉଟ୍‌ର ଲକ୍ଷଣ ଏବଂ ଏଥିରୁ ବର୍ତ୍ତିବାର ସହଜ ଉପାୟ ଜାଣନ୍ତୁ ତୁଳା- ରବିବାର ଆଗକୁ ବଢ଼ିବାର ସମ୍ଭାବନା।

ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ‌ନେବେ।

ଗୁରୁ ଓ ଶୁକ୍ରବାର ଧାର୍ମିକ ସତ୍‌ସଙ୍ଗକୁ ଯିବେ।

ଶନିବାର କାମରେ ସକାରାତ୍ମକ ଫଳ ପାଇବେ।

ବିଛା- ରବିବାର କାରବାରରେ ଲାଭ ହେବ।

ସୋମ, ମଙ୍ଗଳ ଓ ବୁଧବାର ପରିବାରରେ ଆପୋସୀ ତାଳମେଳ ରହିବ।

ଗୁରୁ ଓ ଶୁକ୍ରବାର ଉନ୍ନତି ଲାଗି ନୂଆ ଯୋଗ ଅଛି।

ଶନିବାର ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।

ଧନୁ- ରବିବାର ଲୋକେ ଆପଣଙ୍କ କଥାରେ ଧ୍ୟାନ ଦେବେ।

ସୋମ, ମଙ୍ଗଳ ଓ ବୁଧବାର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପନ୍ନ ହେବ।

ଗୁରୁ ଓ ଶୁକ୍ରବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ।

ଶନିବାର ନିବେଶରୁ ଲାଭ ପାଇବେ।

ମକର- ରବିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ସୋମ, ମଙ୍ଗଳ ଓ ବୁଧବାର ଚାକିରିରେ ସଫଳତା ମିଳିପାରେ।

ଗୁରୁ ଓ ଶୁକ୍ରବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ।

ଶନିବାର ବ୍ୟବସାୟରେ ସମ୍ଭାବନା ବଢ଼ିବ।

କୁମ୍ଭ- ରବିବାର ଆର୍ଥିକ ମାମଲାରେ ଲାଭ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନରେ ସୁଖସୌହାର୍ଦ୍ଦ ବଢ଼ିବ।

ଗୁରୁ ଓ ଶୁକ୍ରବାର ରାଜନୀତିରେ ସଫଳ ହେବେ।

ଶନିବାର କାମରେ ଭଲ ସଫଳତା ପାଇବେ।

ମୀନ- ରବିବାର ସ୍ବାସ୍ଥ୍ୟରେ ସୁଧାର ହେବ।

ସୋମ, ମଙ୍ଗଳ ଓ ବୁଧବାର ଭାଗୀଦାରି ବେପାରରେ ଲାଭ ପାଇବେ।

ଗୁରୁ ଓ ଶୁକ୍ରବାର ପାଖ ଲୋକଙ୍କ ସାହାଯ୍ୟ ପାଇବେ।

ଶନିବାର ବହୁମୂଲ୍ୟ ବସ୍ତୁ କିଣିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।