Woman Allegedly Killed Over Viral Video: ଭିଡିଓ ଭାଇରାଲ ପରେ ଝିଅକୁ ହତ୍ୟା ଅଭିଯୋଗ, ଦୁର୍ଘଟଣାର ରୂପ ଦେଇଥିଲେ ବାପା-ଭାଇ

Sep 09, 2026 - 16:12
Woman Allegedly Killed Over Viral Video: ଭିଡିଓ ଭାଇରାଲ ପରେ ଝିଅକୁ ହତ୍ୟା ଅଭିଯୋଗ, ଦୁର୍ଘଟଣାର ରୂପ ଦେଇଥିଲେ ବାପା-ଭାଇ

ଜଣେ ୨୨ ବର୍ଷୀୟ ଯୁବତୀ ମୋଟରସାଇକେଲ୍‌ର ପଛ ସିଟ୍‌ରେ ବସି ଯାଉଥିବା ବେଳେ ଏକ ଦ୍ରୁତଗତି ଗାଡ଼ି ଧକ୍କା ଦେବାରୁ ମୃତ୍ୟୁ ହୋଇଥିବା ପ୍ରଥମେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ହିଟ୍‌-ଆଣ୍ଡ୍‌-ରନ୍‌ ଘଟଣାର ତଦନ୍ତ ବେଳେ ଏକ ଜଘନ୍ୟ ଅପରାଧର ପର୍ଦ୍ଦାଫାସ ହୋଇଛି। ତାଙ୍କୁ ଅନର୍ କିଲିଂ କରାଯାଇଥିବା ଘଟଣା ସାମନାକୁ ଆସିଥିଲା ।

ସୋଫିଆ ଏକ ହସ୍ପିଟାଲରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେତାଙ୍କ ବାପା ଓ ଭାଇଙ୍କ ଦ୍ୱାରାତାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା । କାରଣ ତାଙ୍କର ଜଣେ ପୁରୁଷଙ୍କ ସହ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ପରେ ତାଙ୍କ ମୃତ୍ୟୁକୁ ସଡକ ଦୁର୍ଘଟଣା ଭାବେ ଦର୍ଶାଯାଇଥିଲା।

ଘଟଣା ପ୍ରାୟ ଏକ ମାସ ପୂର୍ବେ ଘଟିଥିଲା।୧୨ ଅଗଷ୍ଟ ରାତିରେ ସୋଫିଆଙ୍କ ବାପା ମହମନ୍ଦ ଫାରୁକ୍ ଓ ତାଙ୍କ ୩୮ ବର୍ଷୀୟ ଭାଇ ମୋହମନ୍ଦ ହାବିଲ୍ ତାଙ୍କୁ ବାହାରକୁ ବୁଲିବାକୁ ନେଇଥିଲେ। ଅଧାବାଟରେ ହାବିଲ୍ ଗେଲଜିପୁରା ଗାଁ ନିକଟରେ ଏକ ନିର୍ଜନ କାଦୁଆ ରାସ୍ତାକୁ ଗାଡି ନେଇଥିଲେ । ସେଠାରେ ସେ ସୋଫିଆଙ୍କ ମୁଣ୍ଡକୁ ହାତୁଡ଼ିରେ ତିନିଥର ପିଟି ହତ୍ୟା କରିଥିଲା ବୋଲି ପୋଲିସ କହିଛି ।

ପରେ ବାପା-ପୁଅ ଦୁଇଜଣଯାକ ସୋଫିଆଙ୍କ ଶବକୁ ମୁଖ୍ୟ ରାସ୍ତାକୁ ନେଇଯାଇ ମୋଟରସାଇକେଲକୁ କ୍ଷତିଗ୍ରସ୍ତ କରି ଦ୍ରୁତ ଗତିରେ ଧକ୍କାହେବା ଭଳି ଦେଖାଇବାକୁ ଚେଷ୍ଟା କରିଥିଲେ।ହାବିଲ୍ ତାପରେ ପୋଲିସ ପାଖକୁ ଦୌଡ଼ିଯାଇ କହିଥିଲା ଯେ ଗେଲଜିପୁରା ଚକ୍ ନିକଟରେ ପଛରୁ ଏକ ଗାଡି ଜୋରରେ ଆସି ସେମାନଙ୍କ ମୋଟରସାଇକେଲକୁ ଧକ୍କା ଦେଇଛି।

ସେ ଅଭିଯୋଗ କରିଥିଲା ଯେ ସେହି ଧକ୍କାରେ ତା ଭଉଣୀମୁଣ୍ଡରେ ଗୁରୁତର ଆଘାତ ଲାଗିଛିକିନ୍ତୁ ତାକୁ ନିଜକୁ ସାମାନ୍ୟ ମାଡ଼ ହୋଇଛି । ସୋଫିଆଙ୍କୁ ସୋଲା ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲାତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ତିନି ମାସ ପୂର୍ବେ ତାଙ୍କ ସହିତ ଜଡ଼ିତ ଏକ ଭିଡିଓ ଭାଇରାଲ୍ ହେବା ପରେ ସୋଫିଆଙ୍କ ବାପା ଓ ଭାଇଙ୍କ ମନରେ ଗଭୀର କ୍ରୋଧ ଥିଲା। ସାମାଜିକ ଅପମାନ ଭୟରେ ପରିବାରର ସମ୍ମାନ ରକ୍ଷା କରିବା ପାଇଁ ସେମାନେ ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରିଥିଲେ।

ପୋଲିସର କହିବା ଅନୁସାରେ, ହାବିଲ୍ ସୋଫିଆ ଓ ବାପାଙ୍କ ସହ ବାହାରିବା ପୂର୍ବରୁ ତା ଟ୍ରାଉଜର୍ ଭିତରେ ଏକ ଲୁହା ହାତୁଡ଼ି ଲୁଚାଇ ରଖିଥିଲା । ସେମାନେ ଦୁଇଜଣ ମିଶି ହତ୍ୟା କରିବା ପରେ ତାକୁ ସଡକ ଦୁର୍ଘଟଣାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ।ଉଭୟ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ହତ୍ୟା ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।ଅହମଦାବାଦରଏହି ଘଟଣା ସାରା ଗୁଜରାଟରେ ଚର୍ଚ୍ଚାର ବିଷୟ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।