World Cup: ୨୦୨୭ ମୋର ଶେଷ ବିଶ୍ୱକପ୍: କୋହଲି
"ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ୍ ତାଙ୍କର ଶେଷ ବିଶ୍ୱକପ୍ ହେବ ବୋଲି ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଘୋଷଣା କରିଛନ୍ତି।
ଏହି ବିଶ୍ୱକପ୍ରେ ଭାରତକୁ ଚାମ୍ପିଅନ୍ କରାଇବା ପାଇଁ ସେ ନିଜର ସବୁକିଛି ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି।Advertisment SIR: "ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା" ଶନିବାର ୩୭ ବର୍ଷୀୟ କୋହଲି କହିଛନ୍ତି, ""ଭାରତ ପାଇଁ ଏହା ମୋର ଶେଷ ବିଶ୍ୱକପ୍ ହେବ।
ଏହା ହିଁ ମୋର ସବୁଠାରୁ ବଡ଼ ପ୍ରେରଣା।
ବିଶ୍ୱକପ୍ ଜିତିବା ଆମର ଲକ୍ଷ୍ୟ ଏବଂ ଏଥିପାଇଁ ଯାହା ଆବଶ୍ୟକ, ତାହା କରିବାକୁ ମୁଁ ପ୍ରସ୍ତୁତ।"" ବିଦେଶ ପରିବେଶରେ ଦିନିକିଆ ବିଶ୍ବକପ୍ ଖେଳିବା ବେଶ୍ ଆହ୍ବାନମୂଳକ।
ଦିନିକିଆ ବିଶ୍ବକପର ଗୋଟିଏ ମ୍ୟାଚ୍ରେ ଯେତିକି ଶାରୀରିକ ଓ ମାନସିକ ଉଦ୍ୟମ ଆବଶ୍ୟକ ତାହା ୧୦ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ସହ ସମାନ ବୋଲି ସେ କହିଛନ୍ତି।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ ଟି-୨୦ ଅନ୍ତର୍ଜାତୀୟ ଓ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇସାରିଥିବା କୋହଲି ବର୍ତ୍ତମାନ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି।
ସେ ୫୪ ଶତକ ସହ ୧୪,୯୪୧ ରନ୍ ସଂଗ୍ରହ କରିଛନ୍ତି।
୨୦୧୧ରେ ବିଶ୍ୱକପ୍ ଜିତିଥିବା କୋହଲିଙ୍କୁ ୨୦୨୩ ଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ସହିବାକୁ ପଡ଼ିଥିଲା।
ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବାକୁ ଥିବା ୨୦୨୭ ବିଶ୍ୱକପ୍ କୋହଲିଙ୍କ ପଞ୍ଚମ ଦିନିକିଆ ବିଶ୍ୱକପ୍ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।