କାନ୍ଥ ଭୁଶୁଡ଼ି ଆଈ ଓ ନାତିଙ୍କର ଶୋଚନୀୟ ମୃତ୍ୟୁ, ନାତୁଣୀ ଗୁରୁତର

Aug 17, 2026 - 11:25
କାନ୍ଥ ଭୁଶୁଡ଼ି ଆଈ ଓ ନାତିଙ୍କର ଶୋଚନୀୟ ମୃତ୍ୟୁ, ନାତୁଣୀ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବନ୍ୟା ବିଭୀଷିକା ଥମି ନଥିବାବେଳେ ପୁଣି ଘଟିଛି ଆଉ ଏକ ଅଘଟଣ । ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦାଗାଁ ଜଳବନ୍ଦୀ ଘେରରେ ରହିଥିବାବେଳେ ଭୁଶୁଡି ପଡିଲା ଘରର କାନ୍ଥ । ରାତିରେ ଶୋଇଥିବାବେଳେ ଭଙ୍ଗା କାନ୍ଥ ତଳେ ଚାପି ହୋଇ ଆଇ ନାତିଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣାରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି । 

ସୂଚନା ଅନୁସାରେ,  ଦୀର୍ଘ ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ବାଲେଶ୍ୱର ଜିଲ୍ଲା ନେତୁଆ ପଞ୍ଚାୟତର ଅନେକ ଘର ପାଣି ଘେରରେ ରହିଛି । ରବିବାର ରାତିରେ କପାସଦାଗାଁ ର ସ୍ବର୍ଗତଃ ନରେନ୍ଦ୍ର ଜେନାଙ୍କ ସ୍ତ୍ରୀ ରାଧିକା ଜେନା (୬୫) ଏବଂ ନାତି ଜ୍ୟୋତିପ୍ରକାଶ ସ୍ବାଇଁ (୧୭)ପରିବାରର ସଦସ୍ୟମାନେ ନିଜ ଘରେ ଶୋଇଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁ ମାଟି କାନ୍ଥ ଦୁର୍ବଳ ହୋଇଯିବା କାରଣରୁ କାନ୍ଥଟି ଭୁଶୁଡ଼ି ଶୋଇଥିବା ଲୋକଙ୍କ ଉପରେ ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ଆଈ ରାଧିକା (୬୦) ଏବଂ ନାତି ଜ୍ୟୋତିପ୍ରକାଶ (୧୭)ଙ୍କୀ ଜୀବନ ଚାଲିଯାଇଥିଲା। କାନ୍ଥ ଭୁଶୁଡ଼ିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାଟି ଅଳିଆ ତଳୁ ଆହତ ନାତୁଣୀ ସ୍ମୃତିରେଖାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।