ଟମଙ୍କୁ ମିଳୁଛି ସମର୍ଥନ

Oct 18, 2026 - 11:28
ଟମଙ୍କୁ ମିଳୁଛି ସମର୍ଥନ

 

ଟମ୍ କ୍ରୁଜ୍‌ଙ୍କ ସଦ୍ୟତମ ଚଳଚ୍ଚିତ୍ର ‘ଡିଗର୍‌’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁନଥିବାବେଳେ ତାଙ୍କ ସମର୍ଥନରେ ଅନେକ ଷ୍ଟାର ବାହାରିଛନ୍ତି । ଏହି ତାଲିକାରେ ଅନେକ ବଡ ବଡ ସେଲିବ୍ରିଟି ସାମିଲ ଅଛନ୍ତି । ଆଲେଖାଣ୍ଡ୍ରୋ ଜି. ଇନ୍ୟାରିତୁଙ୍କ ନିର୍ଦ୍ଦେଶିତ ଏହି ବ୍ଲାକ୍ କମେଡିକୁ ଅଭିନେତ୍ରୀ ଆନ୍ ହାଥାୱେ ୧୦/୧୦ ରେଟିଂ ଦେଇ ପ୍ରଶଂସା କରିଛନ୍ତି । ଏହାସହ ହଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ବେନ୍ ଆଫ୍ଲେକ୍ ଏହାର ବ୍ୟବସାୟିକ ବିଫଳତାକୁ ନେଇ କଟାକ୍ଷ ନକରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଉତ୍ତର ଆମେରିକାର ୩,୩୨୧ଟି ପ୍ରେକ୍ଷାଳୟରୁ ପ୍ରାୟ ୮ ନିୟୁତ ଡଲାର ( ୭୬ କୋଟି) ରୁ ଶୁଭାରମ୍ଭ କରିଥିବା ଏହି ଚଳଚ୍ଚିତ୍ରରେ ଟମ୍ କ୍ରୁଜ୍ ତୈଳ ବ୍ୟବସାୟୀ 'ଡିଗର୍ ରକ୍‌ୱେଲ୍‌' ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ରିଜ୍ ଅହମ୍ମଦ, ଜନ୍ ଗୁଡ୍‌ମ୍ୟାନ୍, ସାଣ୍ଡ୍ରା ହୁଲର, ମାଇକେଲ୍ ଷ୍ଟୁଲବାର୍ଗ ଓ ଜେସି ପ୍ଲେମନ୍ସଙ୍କ ଭଳି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି। ନିଜର ଆକ୍ସନ୍ ଛବିରୁ ବାହାରି ଏକ ନିଆରା ଚରିତ୍ରରେ ଟମଙ୍କୁ ଦେଖିବାକୁ ମିଳୁଛି । ତେବେ ଏହି ଫିଲ୍ମରେ ଟମ୍ କ୍ରୁଜ୍‌ଙ୍କର ଗୋଟିଏ ଶଟ୍‌ରେ ସୁଟ୍ ହୋଇଥିବା ୧୦ ମିନିଟ୍‌ର ମନୋଲୋଗ୍ ଖୁବ ଚର୍ଚ୍ଚା ସାଉଁଟିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।