ହଷ୍ଟେଲ୍ ଛାଡ଼ିଲେ ୧୬୦ ଛାତ୍ର: ରହିବା ଅସୁବିଧା, ନିମ୍ନମାନର ଖାଦ୍ୟ ପ୍ରଦାନ
"ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସାନଟେମେରା ସରକାରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ଚରମ ଅବ୍ୟବସ୍ଥା ନେଇ ଅନ୍ତେବାସୀ ଅତିଷ୍ଠ।
ଶ୍ରେଣୀଗୃହରେ ରାତି କାଟିବାକୁ ପଡ଼ୁଥିବା, ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ହଷ୍ଟେଲ୍ ଛାଡ଼ିଛନ୍ତି ୧୬୦ ଅନ୍ତେବାସୀ।
ଗୁରୁବାର ପୂର୍ବାହ୍ଣରେ ଛାତ୍ରମାନେ ଘରକୁ ଚାଲି ଚାଲି ଯାଉଥିବା ବେଳେ କର୍ତ୍ତୃପକ୍ଷଙ୍କ ବୁଝାଇବାରୁ ଅଧା ସ୍କୁଲକୁ ଫେରିଛନ୍ତି, ଅଧା ଛାତ୍ର ଘରକୁ ପଳାଇଛନ୍ତି।
ଘଟଣାକୁ ଗୁରୁତ୍ବର ସହ ନେଇ ସ୍କୁଲ୍ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ଦାୟିତ୍ୱରୁ ହଟାଇ ଶିକ୍ଷା ବିଭାଗ ପକ୍ଷରୁ ଗଣେଶରାମ ନାୟକଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି।
Advertisment Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା ରହିବା ଅସୁବିଧା, ନିମ୍ନମାନର ଖାଦ୍ୟ ପ୍ରଦାନବୁଝାସୁଝା ପରେ ଅଧା ଫେରିଲେ, ଅଧା ଘରକୁ ପଳାଇଲେଦାୟିତ୍ବରୁ ହଟିଲେ ପ୍ରଧାନଶିକ୍ଷୟିତ୍ରୀ ୨୦୧୭ରେ ସାନ ଟେମେରା ଉଚ୍ଚବିଦ୍ୟାଳୟରେ ଛାତ୍ରାବାସ ଖୋଲିଥିଲା।
ତେବେ ଆଜି ପର୍ଯ୍ୟନ୍ତ ଅନ୍ତେବାସୀଙ୍କ ରହିବା ପାଇଁ ସ୍ବତନ୍ତ୍ର ଛାତ୍ରାବାସ ନିର୍ମାଣ ହୋଇପାରିନି।
ଶ୍ରେଣୀଗୃହରେ ଦିନରେ ପାଠ ପଢ଼ୁଥିବା ବେଳେ ରାତିରେ ସେଠାରେ ହିଁ ଶୋଇବାକୁ ପଡ଼ୁଥିଲା।
ଶ୍ରେଣୀଗୃହ ଝରକା ସବୁ ଭଙ୍ଗାଦଦରା ଅବସ୍ଥାରେ ଥିବାରୁ ସନ୍ଧ୍ୟାରେ ମଶାଙ୍କ ଉପଦ୍ରବ ଯୋଗୁଁ ହଷ୍ଟେଲରେ ରହିବା କଷ୍ଟ ହେଉଛି।
କୌଣସି ଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ମଶାରୀ ମଧ୍ୟ ପ୍ରଦାନ କରାଯାଇନି।
ବର୍ଷା ଦିନରେ ଛାତରୁ ପାଣି ଗଳୁଥିବାରୁ ରହିବା ଓ ଶୋଇବାରେ ସମସ୍ୟା ହେଉଛି।
ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶୌଚାଳୟ ନଥିବା ବେଳେ ଯେତିକି ଅଛି, ଅପରିଷ୍କାର ଯୋଗୁଁ ବ୍ୟବହାରଯୋଗ୍ୟ ନୁହେଁ।
ପୋକରା ଚାଉଳ ଭାତ ସହ ନିମ୍ନମାନର ମଧ୍ୟାହ୍ନ ଭୋଜନ ମିଳୁଥିଲା।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ "ତାଳଗଛ" ସମସ୍ୟାର ସମାଧାନ ଦିଗରେ କେହି ଦୃଷ୍ଟିନଦେବାରୁ ଗୁୁରୁବାର ସକାଳେ ହଷ୍ଟେଲ ଛାଡ଼ି ପଳାଇଥିଲେ ୧୬୦ ଅନ୍ତେବାସୀ।
ଖବର ପାଇ ଝରିଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ, ଡବ୍ଲ୍ୟୁଇଓ ଅମିତ କୁମାର ନାୟକ, ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣା, ସିଆର୍ସିସି ପଦାରବିନ୍ଦ ମହାଲିକ ପ୍ରମୁଖ ବିଦ୍ୟାଳୟରୁ ୧୦ କିମି ଦୂରରେ ଅନ୍ତେବାସୀଙ୍କୁ ଅଟକାଇଥିଲେ।
ନିକଟରେ ଥିବା ଦୁକାଲୁପଡା ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ରଖି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିବା ପରେ ହଷ୍ଟେଲ ଫେରିଯିବାକୁ କହିଥିଲେ।
ସମସ୍ୟାର ସମାଧାନ ନହେଲେ ହଷ୍ଟେଲ ଯିବୁ ନାହିଁ ବୋଲି ଅନ୍ତେବାସୀ ଜିଦ୍ ଧରିଥିଲେ।
ପର୍ଯ୍ୟାୟକ୍ରମେ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ କିଛି ଛାତ୍ର ହଷ୍ଟେଲ ଫେରିଥିବା ବେଳେ କିଛି ଛାତ୍ର ଘରକୁ ପଳାଇଥିଲେ।
ସନ୍ଧ୍ୟାରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ ବିଦ୍ୟାଳୟରେ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।