Argentina : ବିଦାୟୀ ନାହିଁ, ମେସି ଛାଡ଼ିଗଲେ ମହା ପରମ୍ପରା
"ବୁଏନସ୍ ଏରିସ୍,: କୋଟି ହୃଦୟର ଫୁଟ୍ବଲର୍ ଭାବେ ବିଶ୍ବବିଖ୍ୟାତ ହୋଇଥିବା ଲିଓନେଲ ମେସିଙ୍କ ଆନୁଷ୍ଠାନିକ ଅବସର ଘୋଷଣା ଏବେ ପ୍ରଶଂସକଙ୍କୁ ବ୍ୟଥିତ କରିଥାଇ ପାରେ, କିନ୍ତୁ ୩୯ ବର୍ଷୀୟ ଏହି ମହାନ ଖେଳାଳି ଅନେକ କିଛି ଛାଡ଼ିଯାଇଛନ୍ତି ସେମାନଙ୍କୁ ଉଲ୍ଲସିତ ହେବାକୁ ବର୍ଷ ବର୍ଷ, ଦଶନ୍ଧୀ ଦଶନ୍ଧୀ ଧରି।
ଫୁଟ୍ବଲ୍ ପଡ଼ିଆରେ ଏତେ ମହା ପରମ୍ପରାକୁ ସେ ପଛରେ ଛାଡ଼ିଯାଇଛନ୍ତି ଯାହାକି ସେମାନଙ୍କୁ ମେସିଙ୍କୁ ଭୁଲିଯିବାକୁ ମୁହୂର୍ତଟିଏ ବି ସୁଯୋଗ ଦେବ ନାହିଁ।ବିଶ୍ବକପ୍କୁ କ୍ରମାଗତ ଜିତି ନପାରିବାର ଦୁଃଖ ଭିତରେ ଅବସର ଲେଖା ଲେଖିଥିବା ମେସି ଏହାର ୪୦ ଦିନ ପରେ ଘୋଷଣା କରିଥିଲେ।
ପିତାଙ୍କ ଅସୁସ୍ଥତା ଭିତରେ ମେସି ତାଙ୍କ ପ୍ରେରଣାର ପ୍ରଥମ ପୁରୁଷଙ୍କୁ ବି ହରାଇ ଦେଇଥିଲେ।
ମେସିଙ୍କ ଆନୁଷ୍ଠାନିକ ଅବସର ଘୋଷଣା କେବଳ ସୋସିଆଲ୍ ମିଡିଆରେ ସୀମିତ ରହିଥିଲା।
ଏଥି ପାଇଁ କୌଣସି ଉତ୍ସବ କି ମ୍ୟାଚ୍ ହୋଇନଥିଲା।
ପଡ଼ିଆ ଭିତରେ କି ବାହାରେ କୋଳାହଳ ନଥିଲା।
ତାଙ୍କ ଅଭିଭାଷଣ ପଡ଼ିଆରୁ ବି ପ୍ରଶଂସକ ଶୁଣିନଥିଲେ।
କିନ୍ତୁ ଏହି ଆର୍ଜେଣ୍ଟିନୀୟ ମହାନ ବିଶ୍ବକପ୍ ତୋଳି ଧରିବାର ଶ୍ରେଷ୍ଠ ମୁହୂର୍ତକୁ ଜାବୁଡ଼ି ଧରି ବିଦାୟ ନେଇଥିବାରୁ ତାଙ୍କ ପ୍ରଶଂସକ ଆଶ୍ବସ୍ତ ଅଛନ୍ତି।
ଯେଭିଳ ଘଟିଥିଲା ସଚିନ ତେନ୍ଦୁଲକରଙ୍କ କ୍ରିକେଟ୍ ଜୀବନରେ।
ଥରେ ବିଶ୍ବକପ୍ ସହିତ ମେସି ମଧ୍ୟ ଦୁଇ ଥର କୋପା ଆମେରିକା (୨୦୨୧ ଓ ୨୦୨୪) କପ୍ ଜିତିଥିଲେ।
୨୦୧୬ ମସିହାରେ ସାମୟିକ ଅବସର ନେଇଥିଲେ ମଧ୍ୟ ଏହା ପରବର୍ତୀ ଗୋଟିଏ ଦଶନ୍ଧିରେ ସେ ନିଜ ଅନେକ ଅଧୁରା ସ୍ବପ୍ନକୁ ସାକାର କରିଥିଲେ।Advertisment ଯେଉଁ ଦେଶରେ ଡିଏଗୋ ମାରାଡୋନାଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା ସେହିଠାରେ ତାଙ୍କ ଛାୟାରେ ବଢ଼ି ତାଙ୍କୁ ଅତିକ୍ରମ କରିବା ଭଳି ସଫଳତା ଅର୍ଜନ କରିବା ଏତେ ସହଜ ନଥିଲା।
ସେଭଳି ମହା ପରମ୍ପରାକୁ ଛାଡ଼ିଥିବା ମେସି ରେକର୍ଡ ୮ ଥର ବାଲନ୍ ଡି"ଓର ପୁରସ୍କାର ପାଇବା ତାଙ୍କୁ ଯୁଗ ଯୁଗ ଧରି ମନେ ପକାଉଥିବ। ମେସିଙ୍କ ଆଗମନ ମଧ୍ୟ କେବଳ ବାର୍ସିଲୋନା କି ଆର୍ଜେଣ୍ଟିନା ଫୁଟ୍ବଲ୍କୁ ଶୀର୍ଷକୁ ନେଇନଥିଲା, ଆଧୁନିକ ଫୁଟ୍ବଲ୍ର ବିକାଶରେ ବଡ଼ ଯୋଗଦାନ ବି ରଖିଥିଲା।
ସେ ଏମିତି କିଛି ଛାଡ଼ି ଯାଇନାହାନ୍ତି ଯାହା ପ୍ରମାଣ କରିବାକୁ ବାକି ରହିଛି।
ଫୁଟ୍ବଲ୍ ଯେତେଦିନ ଯାଏଁ ଖେଳାଯାଉଥିବ ମେସି ସେତେଦିନ ପର୍ଯ୍ୟନ୍ତ ପ୍ରଶଂସକଙ୍କ ହୃଦୟରେ ରହିଥିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।