Aska Flood Situation: ବନ୍ୟା ଛାଡ଼ିଗଲା ଦୁଃଖର ପାହାଡ଼! ଗାଁରେ ଭାଙ୍ଗିଛି ଘର, ଉଜୁଡ଼ିଛି ଜୀବନ
କେଉଁଠି ବିରାଟ ଖାଲ, ଆଉ କେଉଁଠି ଭାଙ୍ଗିପଡ଼ିଛି ଇଲେକ୍ଟ୍ରିକ୍ ପୋଲ୍ ।
ଗାଁ ତ ନୁହେଁ, ଯେମିତି ଅଳିଆ ଗଦାର ଭ୍ରମ ସୃଷ୍ଟି କରୁଛି ।
ରାସ୍ତା ଗୁଡ଼ାକ ପଚପଚ କାଦୁଅ ।
ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକର ଜାହାଡ଼ା ଗାଁ ।
ଏଇଠି ବନ୍ୟା ତାଣ୍ଡବ ରଚି ଗାଁ ଦାଣ୍ଡକୁ ଖିନଭିନ୍ କରିଦେଇଛି ।
ଆଉ ଲୋକଙ୍କ ଘରର କଥା ତ ନକହିବା ଭଲ ।
କାହାକୁ ବାସ ହରା କରିଛି ତ ପୁଣି କିଏ ତା'ର ସବୁ ସାଇତା ଧନକୁ ଏଇ ବନ୍ୟା ପାଣିରେ ହରାଇଛି ।
ଘର ଭିତରେ ପାଣି ପସି ଏମାନଙ୍କ ଜୀବନକୁ ଦୁର୍ବିଶ କରିଦେଇଛି ।
ବନ୍ୟା ଆସି ଏମାନଙ୍କୁ ଦୁଃଖ ଦେଇ ଚାଲିଯାଇଛି ।
ଖାଇବାକୁ ଘରେ ଗଣ୍ଡେ ଚାଉଳ ବି ନାହିଁ ।
କି ସଞ୍ଜ ନଇଁଲେ ଏମାନଙ୍କ ଘରେ ଆଲୁଅ ବି ଜଳୁନି ।
ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବା ପରେ ବିଦ୍ୟୁତ୍ ସରବରାହ ବି ଠପ୍ ହୋଇଛି ।
କେବେ ଠିକ୍ ହେବ ତା' କହାକୁ ଜଣାନାହିଁ ।
ପ୍ରଶାସନ ଏନେଇ ପଦକ୍ଷେପ ନେଉଥିବା ବେଳେ ଏମାନଙ୍କ କଷ୍ଟ କିନ୍ତୁ ଏଯାଏଁ ସରିନି ।
ସରକାର ଓ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଖୁବ୍ ଶୀଘ୍ର ସହାୟତା ଯୋଗାଇ ନୋକୁ ଗ୍ରାମବାସୀ ଦାବି କରିଛନ୍ତି ।
ଚାଲିଯାଇଛି ବନ୍ୟ ।
ହେଲେ ଛାଡ଼ିଯାଇଛି ଦୁଃଖର ଚିହ୍ନ ।
ସେହି ଦୁଃଖର ଚିହ୍ନକୁ ଲିଭାଇ ଆଗକୁ ବଢ଼ିବାକୁ ଚେଷ୍ଟା ଜାରି ରଖିଛନ୍ତି ଜାହାଡ଼ା ଗାଁର ଲୋକେ ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।