Dead Bodies: ୨୪ ଘଣ୍ଟା ପରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

Aug 23, 2026 - 13:48
Dead Bodies: ୨୪ ଘଣ୍ଟା ପରେ ଦୁଇ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

"ନୀଳଗିରି(ଲୋକନାଥ ଦଳେଇ) ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ମଛୁଆ ପଂଚାୟତ ବ୍ଲୁ ଲେକ୍ ରେ ଗତକାଲି ଦିନ ୧୧.୩୦ରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି।

ବାରିପଦାର ଭବିଷ୍ୟ ପାତ୍ର(୧୬) ଓ ଭଦ୍ରକର ଅଂଶୁମାନ ପାତ୍ର(୧୬)ଙ୍କ ମୃତଦେହକୁ ୨୪ ଘଣ୍ଟା ପରେ ଅର୍ଥାତ ଆଜି ଦିନ ୧୧ .୪୫ ମିନିଟ ସମୟରେ ନୀଳଗିରି ଅଗ୍ନିଶମ ବାହିନୀ, ଓଡ୍ରାଫ  ଟିମ୍ ବିଫଳ ପରେ ସ୍କୁବା ଡ୍ରାଇଭ୍ ଟିମ  ଦ୍ୱାରା ଉଦ୍ଧାର କରିଛି।

ନୀଳଗିରି ଅଗ୍ନିଶମ , ଓଡ୍ରାଫ ଟିମ ଓ ପୁଲିସର କାର୍ଯ୍ୟକୁ ସାଧାରଣରେ  ପ୍ରଶଂସା କରାଯାଇଛି।

ଉକ୍ତ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।

ନୀଳଗିରି ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଆଇଆଇସି ଗୋବର୍ଦ୍ଧନ ନାୟକ ତଦନ୍ତ ଚଳାଇଛନ୍ତି।Advertisment ଘଟଣା ସ୍ଥଳରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ଅପରପକ୍ଷରେ ମୃତ ୨ ଛାତ୍ରଙ୍କ ମାଆ ବାପା ଓ ସମ୍ପର୍କୀୟମାନେ ପହଁଚି ଥିବାରୁ ବ୍ଲୁ ଲେକ୍ ନିକଟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଘଟଣା ସ୍ଥଳରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ସନ୍ତୋଷ ଖଟୁଆ ପହଁଚି ଲୋକମାନଙ୍କୁ ବୁଝାଇବା ସହ ବ୍ଲୁ ଲେକ୍ ଚତୁପାର୍ଶ୍ୱରେ ତାର ବାଡ଼ ଯୁଦ୍ଧକାଳୀନ ଭିତ୍ତିରେ ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ମୃତ୍ୟୁ ଛାତ୍ର ଅଂଶୁମାନ ପାତ୍ରଙ୍କ ମାଆ ତାଙ୍କ ପୁଅ ସିନା ମରିଗଲା।

କିନ୍ତୁ ଭବିଷ୍ୟତ ରେ କାହାର ପୁଅ ଯେପରି ନ ମରନ୍ତି ସେଥିପ୍ରତି ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Dharmendra Pradhan: ଏନ୍‌ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।