Flood: ଭାପୁର ବ୍ଲକ ମଣିପୁର ଗ୍ରାମ ଜଳବନ୍ଦୀ, ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ୫୦୦ରୁ ଅଧିକ ପଶୁ ପ୍ରଭାବିତ

Sep 27, 2026 - 08:40
Flood: ଭାପୁର ବ୍ଲକ ମଣିପୁର ଗ୍ରାମ ଜଳବନ୍ଦୀ, ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ଓ ୫୦୦ରୁ ଅଧିକ ପଶୁ ପ୍ରଭାବିତ

"ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ।

ଫଳରେ ଗ୍ରାମରେ ୩ ହଜାରରୁ ଉର୍ଦ୍ଧ ଜନସାଧାରଣ ଏବଂ ୫ ସହରୁ ଉର୍ଦ୍ଧ ଗୃହପାଳିତ ପଶୁ ଜଳବନ୍ଦୀ।

ମହାନଦୀ ଏବଂ ତାର କାଳିଗିରି ଉପନଦୀରେ ବନ୍ୟା ପାଣି ଆସିବା ଦ୍ଵାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।Advertisment ପ୍ରଶାସନ ତରଫରୁ ଡଙ୍ଗାଟିଏ ମିଳିନାହିଁ ଏହି ଘଟଣା ଗତ ଜୁଲାଇ ମାସ ୩୦ ତାରିଖ ଦିନ ମଧ୍ୟ ଲଗାଣ ବର୍ଷାରେ ସମାନ ପରିସ୍ଥିତି ସୃଷ୍ଟିହୋଇଥିଲା।

ଏହାକୁ ଜଳବନ୍ଦୀ ଦ୍ୱିତୀୟ ଥର ବୋଲି ଜଣାପଡିଛି।

ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଡଙ୍ଗାଟିଏ ମିଳିନାହିଁ।

ଫଳରେ ଲୋକମାନେ ଦୀର୍ଘ ୭ କିଲୋମିଟର ଦୂର ବୁଲିକରି ଜନସାଧାରଣ ଯାତାୟତ କରୁଛନ୍ତି।

ଗ୍ରାମରୁ ବିଭିନ୍ନ ରୋଗୀମାନେ ମେଡିକାଲ ଯିବାପାଇଁ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି।

108-ambulance: ୧୦୮-ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଦରମାରେ ହେରଫେର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।