Ganja Seized: ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ
"କାଲିମେଳା: ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ ।
କାଲିମେଳା ଥାନା ଅନ୍ତର୍ଗତ ଭେଂକଟପଲମ ଜଂଗଲ ନିକଟରୁ ଏହି ଗଂଜେଇ ଜବତ କରିଛି କାଲିମେଳା ପୁଲିସ ।
ଏକ ନମ୍ବର ବିହୀନ ଟ୍ରାକ୍ଟରରେ ଚାଲାଣ ହେଉଥିବାବେଳେ କାଲିମେଳା ପୁଲିସ ହାବୁଡ଼ରେ ପଡ଼ିଥିଲେ ଗଂଜେଇ ମାଫିଆ।
ତେବେ ଘଟଣା ସ୍ଥଳରୁ ଗଂଜେଇ ମାଫିଆ ଫେରାର ହୋଇଯିବାରେ ସଫଳ ହୋଇଥିଲେ ।Advertisment ଲାଗିଲା ଧାନ ବସ୍ତା, ବାହାରିଲା ଗଂଜେଇ ଜରି ବସ୍ତାରେ ଗଂଜେଇ ଭର୍ତି କରି ଟ୍ରାକ୍ଟରରେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ଏହି ସବୁ ଗଂଜେଇ।
ଟ୍ରାକ୍ଟରରେ ଧାନବସ୍ତା ଲଦା ହୋଇଛି ବୋଲି ପ୍ରଥମେ ପୁଲିସଭାବିଥିଲା ।
ତେବେ ପରେ ସଂଦେହ ହେବାରୁ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ଏହି ସବୁ ଗଂଜେଇ ରହିଥିବାର ଦେଖିବାକୁ ମିଳିଥିଲା ।
ଜବତ ଗଂଜେଇର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଅନୁମାନ କରୁଛି ।
କଞ୍ଚଗୁମା ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଲୋକଙ୍କୁ ଜ୍ବର ହେଉଛି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।