Husband and wife: ଗୋଟିଏ ଦିନରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ
ଅନୁଗୋଳ: ପ୍ରେମ ଓ ବିଶ୍ବାସରେ ଗଢ଼ା ହୋଇଥିଲା ସଂସାର। ହେଲେ କାହାକୁ ବି ଜଣା ନଥିଲା, ଏତେ ଶୀଘ୍ର ସଂସାର ଉଜୁଡ଼ି ଯିବ। ସଂଯୋଗକ୍ରମେ ଗୋଟିଏ ଦିନରେ ହୃଦ୍ଘାତରେ ଚାଲିଗଲା ଆଇନଜୀବୀ ପବିତ୍ର ପ୍ରଧାନ (୫୦) ଓ ତାଙ୍କ ଏଏନ୍ଏମ୍ ପତ୍ନୀ ସାବିତ୍ରୀ ନାୟକ (୪୧)ଙ୍କ ଜୀବନ। ବିବାହ ବେଦିରେ ହାତ ଧରି ସାତଜନମ ପାଇଁ ଏକାଠି ରହିବାକୁ ପଣ କରିଥିବା ଏହି ଦମ୍ପତି ଆଜି ଆଗପଛ ହୋଇ ଆରପାରିକୁ ଚାଲି ଯାଇଛନ୍ତି। ପଛରେ ଛାଡ଼ିଯାଇଛନ୍ତି ଏକମାତ୍ର ଝିଅକୁ, ଯିଏ ଏବେ ୧୬ ବର୍ଷରେ ବାପାମାଆ ଛେଉଣ୍ଡ। ଅନୁଗୋଳ ସହର ଉପକଣ୍ଠ ଜରାସିଂହାରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ଗ୍ରାମବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।
Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’
ଅନୁଗୋଳ ସଦର ଥାନା ଜରାସିଂହା ଗାଁର ଆଇନଜୀବୀ ପବିତ୍ର ପ୍ରଧାନ ଓ ଏଏନ୍ଏମ୍ ପତ୍ନୀ ସାବିତ୍ରୀ ନାୟକଙ୍କ ଛୋଟ ପରିବାର ବେଶ୍ ହସଖୁସିରେ ଚାଲିଥିଲା। ଶୁକ୍ରବାର ରାତି ଥିଲା ଉଭୟଙ୍କ ପାଇଁ ଶେଷ ରାତି। ଶନିବାର ଭୋର୍ ସମୟରେ ପବିତ୍ରଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ହୃଦ୍ଘାତରେ ସେ ଘରେ ଟଳି ପଡ଼ିଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସ୍ବାମୀଙ୍କ ଅବସ୍ଥା ଦେଖି ପତ୍ନୀ ସାବିତ୍ରୀ ମଧ୍ୟ ହୃଦ୍ଘାତର ଶିକାର ହୋଇଥିଲେ। ତତକ୍ଷଣାତ ତାଙ୍କୁ ଅନୁଗୋଳ ସହରର ଏକ ଘରୋଇ ନର୍ସିଂହୋମ୍ରେ ଭର୍ତ୍ତି କରାଯାଇଥିଲା।
Dairy: ନେସ୍ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍ଏସ୍ଏସ୍ଏଆଇ
ଡାକ୍ତରଙ୍କ ପ୍ରୟାସ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କୌଣସି ସୁଧାର ଆସିନଥିଲା। ଫଳରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପବିତ୍ରଙ୍କ ପାର୍ଥିବ ଶରୀରକୁ ଆଜି ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରାଯାଇ ଅନୁଗୋଳ କୋର୍ଟ ପରିସରକୁ ନିଆଯାଇଥିଲା। ସେଠାରେ ଶତାଧିକ ଆଇନଜୀବୀ ଶେଷ ଦର୍ଶନ କରିବା ସହ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ସାବିତ୍ରୀ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍ଏମ୍ ଭାବରେ କାମ କରୁଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।