SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା

Oct 14, 2026 - 01:08
SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା

"ନୂଆଦିଲ୍ଲୀ: ଭୋଟର ତାଲିକାରୁ ନାଁ କଟିଯାଇଥିବା ଲୋକଙ୍କୁ ପୁନର୍ବାର ନାଁ ଯୋଡ଼ିବା ପାଇଁ ଫର୍ମ-୬ ଭରିବାକୁ ପଡ଼ୁଥିବାରୁ ସେମାନେ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି।

ଏହି ପ୍ରସଙ୍ଗ ଉଠାଇ ଦୁଇ ଜଣ ସ୍ୱଚ୍ଛତା କର୍ମୀ ଅଞ୍ଜଳି ଭରଦ୍ୱାଜ ଓ ଅମୃତା ଜୋହରୀ ସୁପ୍ରିମ୍‌କୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାଖଲ କରିଛନ୍ତି।

ନିର୍ବାଚନ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ନାଁ ବାଦ୍‌ ପଡ଼ିଥିବା ଭୋଟରଙ୍କ ପାଇଁ ଫର୍ମ-୬ ବ୍ୟବହାର କରିବାର ବ୍ୟବସ୍ଥାକୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଓ ନେହା ରାଠୀ ମାମଲା ଦାଖଲ କରିଛନ୍ତି।

ବୁଧବାର ସୁପ୍ରିମ୍‌କୋର୍ଟରେ ପ୍ରଶାନ୍ତ ଭୂଷଣ ଏହି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି।Advertisment ଆବେଦନରେ କୁହାଯାଇଛି ଯେ ଦିଲ୍ଲୀରେ ଏସ୍‌ଆଇଆର୍‌ର ଗଣନା ପର୍ଯ୍ୟାୟରେ ପୂର୍ବରୁ ଭୋଟର ତାଲିକାରେ ଥିବା ୪୭,୫୬,୭୨୨ ଜଣଙ୍କ ନାଁ ଚିଠା ତାଲିକାରୁ ବାଦ୍‌ ପଡ଼ିଥିଲା।

ଏହା ପୂର୍ବରୁ ଥିବା ମୋଟ ଭୋଟରଙ୍କ ୩୨.୭୮ ପ୍ରତିଶତ।

ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ କିମ୍ବା ଏକାଧିକ ଥର ନାଁ ଥିବା ଭୋଟରଙ୍କୁ ଏଏସ୍‌ଡିଡି ବର୍ଗରେ ରଖାଯାଇଥିଲା।

ଏହି ବର୍ଗରେ ଥିବା ଲୋକଙ୍କ ନାଁ ପୁନଃସାମିଲ ପାଇଁ ଫର୍ମ-୬ ହିଁ ଏକମାତ୍ର ଉପାୟ ବୋଲି ଆବେଦନରେ ଦର୍ଶାଯାଇଛି।

କିନ୍ତୁ ଏହି ଫର୍ମରେ ଆବେଦନକାରୀ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାଁ ସାମିଲ କରିବାକୁ ଆବେଦନ କରୁଥିବା ଘୋଷଣା କରିବାକୁ ପଡ଼େ।

Supreme Court: ସୁପ୍ରିମ୍‌କୋର୍ଟ ଗଲା ଇଣ୍ଡି ମେଣ୍ଟ, ରାହୁଲ ମୁଖ୍ୟ ଆବେଦନକାରୀ: ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ତାଲିକାରେ ନାଁ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଘୋଷଣା ତଥ୍ୟଗତ ଭାବେ ଭୁଲ୍‌ ବୋଲି ଆବେଦନକାରୀ କହିଛନ୍ତି।

ଏପରି ଘୋଷଣାକୁ ମିଥ୍ୟା ବୋଲି ଧରାଗଲେ, ଲୋକମାନେ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ ଦଣ୍ଡର ସମ୍ମୁଖୀନ ହୋଇପାରନ୍ତି।

ଏଥିରେ ସର୍ବାଧିକ ଏକ ବର୍ଷ ଜେଲ୍‌, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।

ଏହା ସହ ଫର୍ମ-୬ ଓ ଫର୍ମ-୮ ସହ ଦାଖଲ କରିବାକୁ କୁହାଯାଉଥିବା ଅତିରିକ୍ତ ଘୋଷଣାପତ୍ରର ଆଇନଗତ ବୈଧତାକୁ ମଧ୍ୟ ଆବେଦନରେ ପ୍ରଶ୍ନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।