SIR Orders Were Unanimous: ଦୁଇ କମିଶନର ଅସହମତ ଥିବା ଖବରକୁ ନେଇ ବିବାଦ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ନିର୍ବାଚନ ଆୟୋଗ

Oct 26, 2026 - 22:34
SIR Orders Were Unanimous: ଦୁଇ କମିଶନର ଅସହମତ ଥିବା ଖବରକୁ ନେଇ ବିବାଦ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ନିର୍ବାଚନ ଆୟୋଗ

ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି SIR ନିର୍ଦ୍ଦେଶନାମା ଥିଲା ମିଳିତ ଓ ସର୍ବସମ୍ମତିକ୍ରମ ନିଷ୍ପତ୍ତି।

ଏ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସହ ଆୟୋଗର ଅନ୍ୟ ଦୁଇ କମିଶନର ସୋମବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।

ଯେଉଁଥିରେ ନିର୍ବାଚନ କମିଶନ ଅନିୟମିତତାର ଅଭିଯୋଗକୁ ଖଣ୍ଡନ କରାଯିବା ସହ SIR ନିର୍ଦ୍ଦେଶନାମା CEC ଓ ନିର୍ବାଚନ କମିଶନରଙ୍କ ସର୍ବସମ୍ମତ ଅନୁମୋଦନ ଥିଲା ବୋଲି ସତ୍ୟପାଠରେ ଦର୍ଶାଯାଇଛି।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ନୂତନ ଭୋଟରଙ୍କୁ ସାମିଲ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରକ୍ରିୟାରେ ତିନି ଜଣ କମିଶନରଙ୍କ ମଧ୍ୟରୁ ଦୁଇଜଣ ସହମତ ନଥିବା ନେଇ ଅଭିଯୋଗ ଆସିଥିଲା।

Advertisment ତେବେ ନିର୍ବାଚନ କମିଶନ ଆଜି ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତ ବୋଲି ଦାବି କରାଯାଇଛି।

କମିଶନ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏହି ମାମଲା ଉପରେ ଆବେଦନଗୁଡ଼ିକ କେବଳ ଖବରକାଗଜ ରିପୋର୍ଟ ଉପରେ ଆଧାରିତ ଏବଂ ଏହାକୁ ଖାରଜ କରାଯିବା ଉଚିତ।

ଜୁନ୍ 2025, ଅକ୍ଟୋବର 2025 ଏବଂ ମଇ 2026 ରେ ଜାରି ହୋଇଥିବା SIR ପ୍ରକ୍ରିୟା ସହିତ ଜଡିତ ତିନୋଟି ଆଦେଶ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀଙ୍କୁ ନିର୍ବାଚନ କମିଶନରଙ୍କ ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ଅନ୍ଧାରରେ ରଖାଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ଏପରିକି ସେମାନେ ଅନେକ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ ଏବଂ ମୁଖ୍ୟ ସଚିବଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିବାର ରିପୋର୍ଟକୁ ନେଇ ବିବାଦରେ ପଡ଼ିଥିଲେ କେନ୍ଦ୍ର ନିର୍ବାଚନ ଆୟୋଗ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।