Sonia Gandhi:ଭାରତ-ଇସ୍ରାଏଲ ସମ୍ପର୍କରେ ମୋଦୀ-ନେତାନ୍ୟାହୁଙ୍କ ବନ୍ଧୁତା ବ୍ୟତୀତ ଆଉ କିଛି ମିଳିନି

Jun 27, 2026 - 19:18
Sonia Gandhi:ଭାରତ-ଇସ୍ରାଏଲ ସମ୍ପର୍କରେ ମୋଦୀ-ନେତାନ୍ୟାହୁଙ୍କ ବନ୍ଧୁତା ବ୍ୟତୀତ ଆଉ କିଛି ମିଳିନି

"ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଉପରେ ନିରବତା ଓ ନିଷ୍କ୍ରିୟତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସୋନିଆ ଯୁକ୍ତି ଦେଇଛନ୍ତି ଯେ, ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷରେ ଭାରତର ପ୍ରତିକ୍ରିୟା ଏହାର ନୈତିକତା ଓ ଜାତୀୟ ସ୍ୱାର୍ଥ ଉଭୟ ବିରୋଧରେ ଥିଲା।

ସୋନିଆ କହିଛନ୍ତି ଯେ, ଭାରତ ପାଲେଷ୍ଟାଇନ ସମର୍ଥନରେ ଏକ ସ୍ପଷ୍ଟ ଓ ସ୍ୱରସଙ୍ଗତ ଦୃଷ୍ଟିକୋଣ ଗ୍ରହଣ କରିବା ଉଚିତ ଏବଂ ବିଶ୍ୱ ଜନମତ ଅନୁସାରେ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଘଟୁଥିବା ଘଟଣା ଉପରେ ପ୍ରତିକ୍ରିୟା ଦେବା ଉଚିତ।Advertisment ସୋନିଆ ଗାନ୍ଧୀ ଜାତିସଂଘର ଏକ ରିପୋର୍ଟକୁ ଆଧାର କରି ଦୈନିକ ଇଂରାଜୀ ଖବରକାଗଜ "ଦ ଇଣ୍ଡିଆନ୍ ଏକ୍ସପ୍ରେସ"ରେ ଲେଖିଛନ୍ତି ଯେ, ଗାଜାରେ ଶିଶୁମାନଙ୍କୁ ଯୋଜନାବଦ୍ଧ ଭାବରେ ଟାର୍ଗେଟ କରାଯାଉଛି।

ଏଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଧ୍ୱଂସ ମାନବିକ ସଙ୍କଟକୁ ଆହୁରି ଖରାପ କରିଛି।

ଗାଜାରେ ୨୦,୦୦୦ ଶିଶୁଙ୍କୁ ହତ୍ୟା କରାଯାଇଛି ଓ ୪୪,୦୦୦ ଶିଶୁ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଯାଇଛନ୍ତି।

ଗାନ୍ଧୀ କହିଛନ୍ତି ଯେ, ୭ ଅକ୍ଟୋବର, ୨୦୨୩ରେ ଇସ୍ରାଏଲ ଉପରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ନିଷ୍ଠୁର ଓ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ ଥିଲା।

ପରବର୍ତ୍ତୀ ଇସ୍ରାଏଲୀ ସାମରିକ ପ୍ରତିକ୍ରିୟା ଅଯଥା ନିଷ୍ଠୁରତା ଓ ବର୍ବରତା ଥିଲା।

Sonia Gandhi: ନାଗରିକତା ମିଳିବା ପୂର୍ବରୁ ଭୋଟର ପରିଚୟପତ୍ରରେ ନାମ ମାମଲା: ସୋନିଆ ଗାନ୍ଧୀଙ୍କୁ କୋର୍ଟଙ୍କ ଜବାବ ତଲବ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ତାଙ୍କ କ୍ୟାବିନେଟ୍ ସହକର୍ମୀଙ୍କ ଠାରୁ ବରିଷ୍ଠ ଇସ୍ରାଏଲୀ ନେତାମାନେ ଗାଜାର ସମ୍ପୂର୍ଣ୍ଣ ଘେରାବନ୍ଦୀ ଓ ସମ୍ପୂର୍ଣ୍ଣ ବିନାଶ ପାଇଁ ଆହ୍ୱାନ ଦେଇଛନ୍ତି।

ସୋନିଆ ଲେଖିଛନ୍ତି, ଏପରି ବୟାନ ନରସଂହାର ଉଦ୍ଦେଶ୍ୟକୁ ପ୍ରତିଫଳିତ କରେ।

ସୋନିଆ ଗାନ୍ଧୀ ଆମେରିକା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

ଆମେରିକା ଇସ୍ରାଏଲକୁ ଗାଜାରେ ଏହାର ଅଭିଯାନ ଜାରି ରଖିବାକୁ ସମର୍ଥନ ଦେଇଛି ବୋଲି ସୋନିଆ ଲେଖିଛନ୍ତି।

ସୋନିଆ ଅଭିଯୋଗ କରିଛନ୍ତି ଯେ, ମୋଦୀ ସରକାର ଜାଣିଶୁଣି ଜଷ୍ଟିସ ମୁରଲୀଧରଙ୍କ ରିପୋର୍ଟକୁ ଅଣଦେଖା କରୁଛନ୍ତି।

ଭାରତ କେବଳ ମୋଦୀ-ନେତାନ୍ୟାହୁଙ୍କ ବନ୍ଧୁତା ବ୍ୟତୀତ ଏଥିରୁ ଆଉ କିଛି ହାସଲ କରିପାରିନି ‌ବୋଲି ସୋନିଆ ଲେଖିଛନ୍ତି।

ଗାଜା ଉପରେ କେନ୍ଦ୍ରର ନିରବତାକୁ ସମାଲୋଚନା କରିଥିବା ସୋନିଆ ଗାନ୍ଧୀଙ୍କୁ ଶନିବାର ବି‌ଜେପି କଠୋର ସମାଲୋଚନା କରିଛି।

ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି, ସୋନିଆ ଭାରତର ବିଦେଶ ନୀତିକୁ "ଭୋଟବ୍ୟାଙ୍କ ନୀତି"ରେ ପରିଣତ କରିଛନ୍ତି।

ଭାରତ ବର୍ତ୍ତମାନ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନ ସହିତ ସମ୍ପର୍କରେ ରହିଛି ବୋଲି କହି କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଥିଲେ।

ପୁନାୱାଲା କହିଛନ୍ତି, ଯେଉଁମାନେ ଗାଜା ଉପରେ ଆଲେଖ୍ୟ ପ୍ରକାଶ କରୁଛନ୍ତି, ରାଫା ଉପରେ ଟ୍ୱିଟ୍ କରୁଛନ୍ତି, ବ୍ୟାଗ ବୋହି ନେଉଛନ୍ତି, ଢାକାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ନିରବ ରହୁଛନ୍ତି।

ଏହା ଦର୍ଶାଉଛି ଯେ, ବିଦେଶୀ ନୀତି ମଧ୍ୟ ଭୋଟ ବ୍ୟାଙ୍କ ନୀତିର ବିଷୟ ପାଲଟିଯାଏ।

ହମାସର ପ୍ରଶଂସା କରୁଛନ୍ତି, କିନ୍ତୁ ଇସ୍ରାଏଲରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପଦୁଟିଏ କହୁନାହାନ୍ତି।

ବର୍ଷ ବର୍ଷ ଧରି ଏହି ଭୋଟବ୍ୟାଙ୍କ ନୀତି ପାଇଁ ଇସ୍ରାଏଲ ସହିତ କୌଣସି ସମ୍ପର୍କ ରଖାଯାଇ ନଥିଲା।

ପୁନାୱାଲା ଆହୁରି ମଧ୍ୟ କହିଛନ୍ତି, ସୋନିଆ ବିଦେଶୀ ନୀତିକୁ ବିଭ୍ରାନ୍ତ କରୁଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ନୂଆଦିଲ୍ଲୀ ଗୋଷ୍ଠୀ ନିରପେକ୍ଷ ନୀତି ଅନୁସରଣ କରୁନାହିଁ।

ବରଂ ବହୁ-ମେଣ୍ଟ କିମ୍ବା ସମସ୍ତଙ୍କ ସହିତ ଯୋଡ଼ି ହୋଇ ରହିବା ନୀତି ଗ୍ରହଣ କରିଛି ବୋଲି ପୁନାୱାଲା କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।