Trouble Mounts For Asika MLA: ସିଡିଓଙ୍କ ଏତଲା ପରେ ହଲଚଲ, CMOରେ ବିଧାୟକଙ୍କୁ ନେଇ ଚର୍ଚ୍ଚା

Nov 05, 2026 - 15:11
Trouble Mounts For Asika MLA: ସିଡିଓଙ୍କ ଏତଲା ପରେ ହଲଚଲ, CMOରେ ବିଧାୟକଙ୍କୁ ନେଇ ଚର୍ଚ୍ଚା

ଗଞ୍ଜାମ ରାଜନୀତିରେ ଏବେ ହଟଚମଟ।

ବିବାଦ ଘେରରେ ଆସିକା ବିଧାୟକ ସରୋଜ ପାଢ଼ୀ।

ଗଞ୍ଜାମ ଜିଲ୍ଲା ସିଡିଓ ସମୀର କୁମାର ଜେନାଙ୍କୁ ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗରେ ବିଧାୟକଙ୍କ ନାଁରେ ଥାନାରେ ଏତଲା ହୋଇଛି।

ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରେ ପହଞ୍ଚିଛନ୍ତି ବିଧାୟକ।

Advertisment CMOରେ ଆସିକା ବିଧାୟକ ବିବାଦ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଆସିକା ବିଧାୟକ ସରୋଜ ପାଢ଼ୀ।

ଏହି ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।

ବିଧାୟକଙ୍କୁ CMO ଡକାଯାଇଥିବା ଘଟଣାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏହି ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ବିଧାୟକଙ୍କ ନାଁରେ ଥାନାରେ ଏତଲା ଅନ୍ୟପଟେ ଗଞ୍ଜାମ ଜିଲ୍ଲା ସିଡିଓ ସମୀର କୁମାର ଜେନା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।

ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି।

ତେବେ ଏହି ଅଭିଯୋଗର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

Advertisment ବନ୍ୟା ରିଲିଫ ବଣ୍ଟନକୁ ନେଇ ବିବାଦ ସୂଚନା ଅନୁସାରେ, ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ପାଇଁ ରିଲିଫ ବଣ୍ଟନକୁ ନେଇ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା।

ରିଲିଫ ବଣ୍ଟନ ପ୍ରସଙ୍ଗରେ ଆରମ୍ଭ ହୋଇଥିବା ଏହି ବିବାଦ ପରେ ଅଧିକ ତୀବ୍ର ହୋଇଥିଲା।

ଜଣେ ଲୋକପ୍ରତିନିଧି ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।