Viral Video Shows Minors Allegedly Beating Junior Student: ବିଚ୍ ରାସ୍ତାରେ ଜୁନିୟର ଛାତ୍ରଙ୍କୁ ମାଡ଼, ଭାଇରାଲ୍ ହେଲା ଭିଡିଓ

Oct 17, 2026 - 17:20
Viral Video Shows Minors Allegedly Beating Junior Student: ବିଚ୍ ରାସ୍ତାରେ ଜୁନିୟର ଛାତ୍ରଙ୍କୁ ମାଡ଼, ଭାଇରାଲ୍ ହେଲା ଭିଡିଓ

ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ମାଡ଼। ବିଚ୍ ରାସ୍ତାରେ ମାଡ଼ ମାରିବା ସହ କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଅଭିଯୋଗ। ଏଭଳି ମାଡ଼ ମାରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଜଣାପଡିଛି। ଗତ ଗୁରୁବାର ରାତିରେ ଘଟିଥିଲା ଏହି ଘଟଣା। କୌଣସି ଝିଅଙ୍କ ସହ କଥାବାର୍ତ୍ତାକୁ କେନ୍ଦ୍ର କରି ମାଡ଼ ମରାଯାଇଛି।

ମାଡ଼ ମାରୁଥିବା ଓ ମାଡ଼ ଖାଉଥିବା ସମସ୍ତେ ନାବାଳକ ହୋଇଥିବା ଜଣାଡ଼ିଛି। ଘଟଣାରେ ତରଭାର ଦୁଇଟି ଘରୋଇ ସ୍କୁଲ ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ ଘରୋଇ ସ୍କୁଲର ଛାତ୍ର ସମ୍ପୃକ୍ତ ଥିବା ସୂଚନା। ଅଭିଭାବକଙ୍କ ଅଭିଯୋଗ ପରେ ତରଭା ପୋଲିସର ତଦନ୍ତ ଆରମ୍ଭ କରିଛି।

ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ମାଡ଼
ବିଚ୍ ରାସ୍ତାରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ମାଡ଼
ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ମାଡ଼ ଅଭିଯୋଗ 
ଝିଅ ସହ କଥାକୁ ନେଇ ମାଡ଼ ମାରିଥିବା ଅଭିଯୋଗ
ମାଡ଼ ମାରି କ୍ଷମା ମାଗିବାକୁ ବାଧ୍ୟ କରିଥିବା ଅଭିଯୋଗ
ନାବାଳକ ଛାତ୍ରଙ୍କ ଦାଦାଗିରି, ପୋଲିସର ତଦନ୍ତ
ତିନି ଘରୋଇ ସ୍କୁଲର ଛାତ୍ରଙ୍କ ସମ୍ପୃକ୍ତି, ତଦନ୍ତ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।