ବିଶ୍ୱ ଜଳାତଙ୍କ ଦିବସ

Sep 28, 2026 - 15:49
ବିଶ୍ୱ ଜଳାତଙ୍କ ଦିବସ

 

ବିଶ୍ବ ପାଇଁ ଆଜି ବି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ପାଲଟିଛି 'ଜଳାତଙ୍କ' ରୋଗ । ଏହି ରୋଗରେ ମୃତ୍ୟୁହାର ପ୍ରାୟ ୧୦୦ ପ୍ରତିଶତ ରହିଥାଏ । ତେଣୁ ଏହି ମାରାତ୍ମକ ଭୂତାଣୁ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ପୋଷା ଓ ବୁଲା ଜୀବଜନ୍ତୁଙ୍କ ନିୟମିତ ଟିକାକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳନ କରାଯାଇଥାଏ 'ବିଶ୍ୱ ଜଳାତଙ୍କ ଦିବସ' । ୨୦୦୭ ମସିହାରେ ଗ୍ଲୋବାଲ ଆଲାଏନ୍ସ ଫର ରାବିଜ୍ କଣ୍ଟ୍ରୋଲ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ପ୍ରଥମ କରି ଏହା ଆରମ୍ଭ ହୋଇଥିଲା । ଏହି ଦିବସଟି, ପ୍ରଥମ ଜଳାତଙ୍କ ଟିକା ଉଦ୍ଭାବନ କରିଥିବା ପ୍ରସିଦ୍ଧ ଫରାସୀ ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ମୃତ୍ୟୁବାର୍ଷିକୀ ସ୍ମୃତିରେ ସମର୍ପିତ। ବିଶ୍ୱବ୍ୟାପୀ ପ୍ରାୟ ୯୯% ଜଳାତଙ୍କ ମାମଲା କୁକୁର କାମୁଡ଼ା ଯୋଗୁଁ ହେଉଥିବାରୁ, ଏହି ଦିନରେ ବ୍ୟାପକ ମାଗଣା କୁକୁର ଟିକାକରଣ ଶିବିର , ସଚେତନତା ପଦଯାତ୍ରା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ ।  କୌଣସି ପଶୁ କାମୁଡ଼ିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ଆଣ୍ଟି-ରାବିଜ୍ ଟିକା ନେବା ଦ୍ୱାରା ଏହି ରୋଗକୁ ଶତପ୍ରତିଶତ ରୋକାଯାଇପାରିବ । ସେହିଭଳି ୨୦୩୦ ସୁଦ୍ଧା ବିଶ୍ୱକୁ ଜଳାତଙ୍କମୁକ୍ତ କରିବାର ଲକ୍ଷ୍ୟ ରଖି ଏହି ଦିବସ ସବୁବର୍ଷ ପାଳନ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।