ମାଥିଲି ଏଇଇ ଗିରଫ
ମାଲକାନଗିରି : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ (Disproportionate Assets) ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।
ଭିଜିଲାନ୍ସ ବିଭାଗ ପକ୍ଷରୁ ଶିଶିର କୁମାର ଦାଶଙ୍କ ସମ୍ପର୍କିତ ଭୁବନେଶ୍ୱର, ବ୍ରହ୍ମପୁର ଏବଣ ମାଲକାନଗିରି ସମେତ ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ତାଙ୍କ ପାଖରୁ ପ୍ରାୟ ୯୩୦୦ ବର୍ଗଫୁଟର ୨ଟି ବହୁତଳ ପ୍ରାସାଦ (buildings), ୬ଟି ମୂଲ୍ୟବାନ ପ୍ଲଟ୍, ଏବଂ ବ୍ୟାଙ୍କରେ ୮୨ ଲକ୍ଷ ଟଙ୍କାର ଜମା ସହ ଏକ ଚାରିଚକିଆ ଯାନ ଠାବ କରାଯାଇଛି । ଗିରଫ ପରେ ତାଙ୍କୁ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବା ନେଇ ସୂଚନା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।