India-Panama football match: ଦିନକ ଆଗରୁ ଭାରତ-ପାନାମା ଫୁଟ୍ବଲ୍ ମ୍ୟାଚ୍
"ବେଙ୍ଗାଲୁରୁ: ଭାରତ ଓ ପାନାମା ମଧ୍ୟରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ର ତାରିଖ ପରିବର୍ତ୍ତନ କରାଯାଇଛି।
ଏହି ମ୍ୟାଚ୍ ଏବେ ଚଳିତ ସେପ୍ଟେମ୍ବର ୨୫ ତାରିଖରେ ବେଙ୍ଗାଲୁରୁରର ଶ୍ରୀକାନ୍ତୀରବା ଷ୍ଟାଡିୟମ୍ରେ ଖେଳାଯିବ।
ପୂର୍ବରୁ ଏହା ୨୬ ତାରିଖରେ ଖେଳାଯିବାର ଥିଲା।
ମ୍ୟାଚ୍ର ତାରିଖ ବଦଳାଇବାର ମୁଖ୍ୟ କାରଣ ହେଉଛି ବେଙ୍ଗାଲୁରୁ ମାରାଥନ୍।
ସେପ୍ଟେମ୍ବର ୨୭ରେ ଶ୍ରୀ କାନ୍ତୀରବା ଷ୍ଟାଡିୟମ୍ରୁ ମାରାଥନ୍ ଆରମ୍ଭ ହୋଇ ସେଠାରେ ହିଁ ଶେଷ ହେବ।
ତେଣୁ ମାରାଥନ୍ର ଠିକ୍ ପୂର୍ବଦିନ ଷ୍ଟାଡିୟମ୍ରେ ଫୁଟବଲ୍ ମ୍ୟାଚ୍ ଆୟୋଜନ କରିବା ଅଧିକ ସୁବିଧାଜନକ ହେବ ବୋଲି କର୍ତ୍ତୃପକ୍ଷ ତାରିଖକୁ ଗୋଟିଏ ଦିନ ଆଗକୁ ଆଣିଛନ୍ତି।Advertisment Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍ ୨୦୨୬ ବିଶ୍ୱକପ୍ରେ ଖେଳିଥିବା ପାନାମା ସଂପ୍ରତି ବିଶ୍ୱ ମାନ୍ୟତାରେ ୪୪ତମ ସ୍ଥାନରେ ରହିଛି।
ତେଣୁ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଏକ କଠିନ ପରୀକ୍ଷା ନେଇ ଆସିବ।
ଚଳିତ ଅନ୍ତର୍ଜାତୀୟ ଫୁଟବଲ୍ ଋତୁରେ ବିଶ୍ୱକପ୍ ଖେଳିଥିବା ଏକ ଦଳ ବିପକ୍ଷରେ ଭାରତର ଏହା ପ୍ରଥମ ମ୍ୟାଚ୍ ହେବ।
ବେଙ୍ଗାଲୁରୁରେ ମଧ୍ୟ ଭାରତୀୟ ଦଳ ଦୀର୍ଘ ସମୟ ପରେ ଖେଳିବ।
୨୦୨୩ ସାଫ୍ ଚାମ୍ପିଅନସିପ୍ରେ ଏହି ଷ୍ଟାଡିୟମ୍ରେ କୁଏତକୁ ହରାଇ ଭାରତ ଟାଇଟଲ୍ ଜିତିଥିଲା।
ପାନାମା ପରେ ଭାରତୀୟ ଦଳ କୋଲକାତାରେ ବ୍ରାଜିଲ ଓ ଉରୁଗୁଏ ବିପକ୍ଷରେ ମ୍ୟାଚ୍ ଖେଳିବ।
Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।