Indian hockey: ଓଡ଼ିଶା ପାଇଁ ଆଜି ଭାରତୀୟ ହକି ସଫଳ: କପିଳ

Oct 04, 2026 - 06:49
Indian hockey: ଓଡ଼ିଶା ପାଇଁ ଆଜି ଭାରତୀୟ ହକି ସଫଳ: କପିଳ

"ଭୁବନେଶ୍ବର: ହକିର ଉନ୍ନତି ଲାଗି ଓଡ଼ିଶା ଯେଉଁ ପଦକ୍ଷେପ ନେଇଥିଲା ତାହାର ସୁଫଳ ଆଜି ଦେଖିବାକୁ ମିଳୁଛି।

ହକି ଆଜି ଦେଶର ଅନ୍ୟ କ୍ରୀଡ଼ା ଅପେକ୍ଷା ଭଲ ସ୍ଥିତିରେ ଅଛି।

ଏବେ ମାରାଥନରେ ଓଡ଼ିଶା ଯେଉଁ ପଦକ୍ଷେପ ନେବା ଆରମ୍ଭ କରିଛି, ତାହା ଆଗକୁ ଏହି କ୍ରୀଡ଼ାର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ପାହାଚ ଭାବେ ପରିଗଣିତ ହେବ ବୋଲି କହିଛନ୍ତି କ୍ରିକେଟ୍‌ କିଂବଦନ୍ତୀ କପିଳ ଦେବ।

୭ମ ଓଡ଼ିଶା ଟ୍ରାଭେଲ ବଜାରର ଉଦ୍‌ଘାଟନୀ ସମାରୋହରେ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଏକ ବିଶାଳ ଦେଶ ହେବା ସତ୍ତ୍ବେ ସାରା ଭାରତରେ ଅଳ୍ପ କେତୋଟି ଆଷ୍ଟ୍ରୋ ଟର୍ଫ ରହିଛି।

ଏହା ସତ୍ତ୍ବେ ଆମ ଖେଳାଳିମାନେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ବନ୍ଦ୍ବିତା କରି ପଦକ ଆଣିପାରୁଛନ୍ତି।Advertisment ​Global Tourism Map: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ଏହା ବେଶ ବଡ଼ କଥା ।

ସେହିପରି ପୂର୍ବରୁ ମାରାଥନ ପରି ଏକ ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ା ପାଇଁ କର୍ପୋରେଟ୍‌ ଜଗତ ପ୍ରୋତ୍ସାହନ ଦେଇ ଆସୁଥିଲା, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ଏହାକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି।

କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ଦୂରଦୃଷ୍ଟି ଭବିଷ୍ୟତରେ ଓଡ଼ିଶାକୁ ଦେଶର କ୍ରୀଡ଼ା କେନ୍ଦ୍ରରେ ପରିଣତ କରିବ ବୋଲି ସେ କହିଛନ୍ତି।

ଏସୀୟ କ୍ରୀ଼ଡ଼ାରେ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିବା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଭାରତୀୟ ଦଳ ସେମାନଙ୍କ ତୁଳନାରେ ଅନେକ ଦକ୍ଷ।

ଆମ ଦଳ ଭଲ ଖେଳୁଛି ସେଥିରେ କୌଣସି ସଂଦେହ ନାହିଁ।

ସେହିଭଳି ଗଲ୍ଫରେ ପ୍ରଣବୀ ଉର୍ସ ସ୍ବର୍ଣ୍ଣ ଜିତିବା ନେଇ ସେ ଅଭିନନ୍ଦନ ଜଣାଇଛନ୍ତି।

ଗଲ୍ଫ ଭାରତରେ କ୍ରମଶଃ ଲୋକପ୍ରିୟତା ହାସଲ କରୁଥିବା ଏକ କ୍ରୀଡ଼ା।

ଏଥିରେ ସ୍ବର୍ଣ୍ଣ ଜିତିବା ଏକ ବଡ଼ ସଫଳତା।

ଆଗକୁ ଆମ ଝିଅମାନେ ଏହି ଖେଳରେ ଭଲ ପ୍ରଦର୍ଶନ କରିବେ ବୋଲି ପ୍ରଫେସନାଲ ଗଲ୍ଫ ଟୁର୍‌ ଅଫ ଇଣ୍ଡିଆର ସଭାପତି ଥିବା କପିଳ କହିଛନ୍ତି।

ଅମିତ-ଶିଳାନନ୍ଦଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟ ପରେ ଉଲ୍ଲାସ ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣପଦକ ଜିତିବା ପରେ ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ଶନିବାର ଟେଲିଫୋନ୍‌ ଯୋଗେ ଉଭୟଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ।

ଅମିତଙ୍କ ଡିଫେନ୍ସିଭ୍‌ ଷ୍ଟାଇଲ୍‌କୁ ପ୍ରଶଂସା କରିବା ସହ ଶିଳାନନ୍ଦଙ୍କ ଗୋଲ୍‌ ପାଇଁ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି କହିଥିଲେ।

ଭାରତର ବିଜୟରେ ଉଭୟଙ୍କ ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ କହିଥିଲେ।

ଉଭୟ ଖେଳାଳି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯୁବବର୍ଗଙ୍କ ପାଇଁ ପ୍ରେରଣା ବୋଲି ଅଭିହିତ କରିଥିଲେ।

Character: ଚରିତ୍ର, ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ଶିକ୍ଷା ମହତ୍ତ୍ୱପୂର୍ଣ୍ଣ: ରାଜ୍ୟପାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଶୁଭକାମନା ସେମାନଙ୍କ ସହ ସବୁବେଳେ ରହିବ ବୋଲି ସେ କହିଥିଲେ।

ଅମିତ ଓ ଶିଳାନନ୍ଦ ଓଡ଼ିଶା ଫେରିବା ବାଟକୁ ସମଗ୍ର ରାଜ୍ୟ ଅପେକ୍ଷା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭବିଷ୍ୟତରେ ଉଭୟ ଆହୁରି ସଫଳତା ହାସଲ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣନ୍ତୁ ବୋଲି କାମନା କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।