ସଲମାନଙ୍କୁ ଫାତିମାଙ୍କ ପ୍ରଶଂସା

Sep 29, 2026 - 14:52
ସଲମାନଙ୍କୁ ଫାତିମାଙ୍କ ପ୍ରଶଂସା

 

ଅଭିନେତ୍ରୀ ଫାତିମା ସନା ଶେଖ୍, ବିଗ୍ ବସର ଏକ କାର୍ଯ୍ୟକ୍ରମରେ  ଯୋଗଦେଇ, ସୋସିଆଲ୍ ମିଡିଆ ଟ୍ରୋଲିଂ, ଶରୀର ଓ ବୟସକୁ ନେଇ ଅପମାନଜନକ ମନ୍ତବ୍ୟ ବିରୋଧରେ ଦୃଢ଼ ପ୍ରତିବାଦ କରିଛନ୍ତି । ଏହାସହ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ସୁପରଷ୍ଟାର ସଲମାନ୍ ଖାନଙ୍କର ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ନିଜର ଆଗାମୀ ପ୍ରୋଜେକ୍ଟର ପ୍ରମୋସନ ପାଇଁ ଅଭିନେତା ମହମ୍ମଦ ଜୀଶାନ୍ ଆୟୁବ୍ ଓ ରଘୁବୀର ଯାଦବଙ୍କ ସହ ଶୋ'ରେ ଫାତିମା ସାମିଲ ହୋଇଥିଲେ । ଫାତିମା ପ୍ରକାଶ କରିଥିଲେ ଯେ ସଲମାନଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବା ଦ୍ୱାରା ସମାଜରେ ଏକ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ସୂଚନା ଅନୁସାରେ ଗତ ସପ୍ତାହରେ ସଲମାନ୍ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଗେମିଂ, କଣ୍ଟେଣ୍ଟ କ୍ରିଏସନ୍ ଏବଂ ଭିଡିଓ ଏଡିଟିଂ ଭଳି କ୍ଷେତ୍ର ଯୋଗୁଁ ସୋସିଆଲ୍ ମିଡିଆ ଆଜି ନିଯୁକ୍ତି ଓ ପରିଚୟର ମାଧ୍ୟମ ପାଲଟିଛି । ହେଲେ ଟ୍ରୋଲିଂ ଏହାର ଅନ୍ୟତମ କଳଙ୍କିତ ଦିଗ । କାହାକୁ ଅପମାନିତ କରି ଟଙ୍କା ରୋଜଗାର କରିବାର ପ୍ରବୃତ୍ତିକୁ ସଲମାନ ପ୍ରଶ୍ନ କରିଥିଲେ । ଏପରିକି ନିଜର ଶାରୀରିକ ଗଠନ ଓ ଫିଟନେସକୁ ନେଇ ସମାଲୋଚନା କରୁଥିବା ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେବାକୁ ଯାଇ ସଲମାନ୍ ମଞ୍ଚ ଉପରେ ନିଜର କ୍ୟାପ୍, ଜ୍ୟାକେଟ୍ ଓ ଟି-ସାର୍ଟ କାଢ଼ି ନିଜର ଆବସ ଦେଖାଇଥିଲେ । ସଲମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ଅନେକ ସେଲିବ୍ରିଟି ସଲମାନଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।